Categories: ଜାତୀୟ

ରାଜନୀତି ଏତେ ଖରାପ ବୋଲି ଆଗରୁ ଜାଣିଥିଲେ କେବେ ବି ଏଠାକୁ ଆସି ନ ଥାନ୍ତି: ମମତା ବାନାର୍ଜୀ…

କୋଲକାତା, ୧।୯ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡ଼ି) ଡକାଇଛି। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏଜେନ୍ସିଗୁଡ଼ିକର ଡାକରାକୁ ଖୋଲା ହିଂସା ବୋଲି ମମତା କହିଛନ୍ତି। ନିକଟରେ ସେ ୨୦୨୪ ନିର୍ବାଚନକୁ ତାଙ୍କର ଶେଷ ଯୁଦ୍ଧ ବୋଲି ବର୍ଣ୍ଣନା କହିଥିଲେ।

ଏଜେନ୍ସି ଡାକରା କେବଳ ପ୍ରତିଶୋଧ ରାଜନୀତି। ମୁଁ ଜାଣିଥାନ୍ତି ଯେ ରାଜନୀତି ଏତେ ଖରାପ ତେବେ ମୁଁ କେବେ ରାଜନୀତିରେ ପ୍ରବେଶ କରି ନ ଥାନ୍ତି। ସେ ପୁଣି ଅଭିଯୋଗ କରିଛନ୍ତି ଯେ ଗୋରୁ ଓ କୋଇଲା ଚୋରା ଚାଲାଣ ପ୍ରସଙ୍ଗ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ।

ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି ତୁମେ ସବୁବେଳେ ଲୋକଙ୍କୁ ବୋକା ବନେଇ ପାରିବ ନାହିଁ, ତୁମେ ବିନା ପ୍ରମାଣରେ ଗଣମାଧ୍ୟମରେ ବଦନାମ କରୁଛ, ତୁମେ କେଉଁ ପ୍ରକାର ଭାଷା ବ୍ୟବହାର କରୁଛ ଏବଂ ପ୍ରମାଣକୁ ଦର୍ଶାଇଛ, ତୁମେ ଭାବିବା ଉଚିତ ଯେ ଯଦି ସମାନ କାର୍ଯ୍ୟ କରାଯାଏ ତୁମର, କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share