ଧାର ଟଙ୍କା ମାଗିବାରୁ ଛୁରାରେ ଆକ୍ରମଣ

ଭବାନୀପାଟଣା,୧୪।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ରାଜ ମୋଟେର ଛକ ନିକଟରେ ରବିବାର ଧାର ଟଙ୍କା ମାଗିବାକୁ ନେଇ ୩ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ୩ ଯୁବକଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ରାଜ ମୋଟେର ଗାଁର ତିନି ଜଣ ଯୁବକ ଦୁର୍ଯ୍ୟୋଧନ ନିଆଳ, ସଚିନ୍ଦ୍ର ନିଆଲ ଓ ତ୍ରିନାଥ ଗହିର ସେହି ଗାଁ ର ଜଣେ ଯୁବକ ପାଖକୁ ଧାର ଟଙ୍କା ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଧାର ଟଙ୍କା ଦିଆ ନିଆକୁ ନେଇ ସେମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏଥିରେ ଯୁବକ ଜଣକ ଉପରୋକ୍ତ ୩ ଜଣ ଯୁବକଙ୍କୁ ଧାରୁଆ ଛୁରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Share