ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ, ୪ ଅଟକ

କୋରୁକୋଣ୍ଡା,୩୧ା୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଚିନ୍ତଲବାଡ଼ା ପଞ୍ଚାୟତ ମାଝିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ମୃତକ ହେଲେ ଦେବା ମାଡକାମୀ। ଦେବା ନିଜ ପଡ଼ୋଶୀ ମନି ମାଢି ନାମକ ଜଣେ ମହିଳାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ତାଙ୍କର ମୃତ୍ୟୁ ପରେ ମୃତଦେହକୁ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ନାକ ତଳ କଟି ଯାଇ ଗୁରତର ହେବାରୁ ପରିବାର ଲୋକେ କାଲିମେଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଚଳାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦେବା ଏଥି ପୂର୍ବରୁ ଗାଁର ଅନେକ ମହିଳାଙ୍କ ସହ ଖରାପ ଆଚରଣ କରୁଥିଲେ।

Share