ଜାଣନ୍ତୁ ଦାମଙ୍କ ରାଜନୀତି କ୍ୟାରିଅର ବିଷୟରେ…

ଭୁବନେଶ୍ୱର,୨୨ା୩: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଶୁକ୍ରବାର ଭୋର୍‌ରୁ ଦେହାନ୍ତ ହୋଇଛି। ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ୍‌ ଜବାବ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ।

ଦାମ ୧୯୭୭ରେ ପ୍ରଥମଥର ପାଇଁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୭ ଥରର ବିଧାୟକ ହୋଇଥିଲେ । ୧୯୮୦ରେ ଜନତା ଦଳରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୯୯୫ରେ ପରାଜିତ ହୋଇଥିବା ଦାମ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ସେ ୫ ଥର ଏରସମା ଓ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ। ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀ ଥିଲେ।

୨୦୧୭ରେ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମ ଏହାପରେ ଭାଜପାରେ ଯୋଗଦେଇଥିଲେ।୨୦୧୯ରେ ବାଲିକୁଦାରୁ ଭାଜପା ଟିକେଟରୁ ଲଢ଼ି ପରାଜୟ ଲାଭ କରିଥିଲେ। ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା। ଦାମ ପଞ୍ଚାୟତିରାଜ ତଥା କୃଷିମନ୍ତ୍ରୀ ଥିଲେ। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜକୁ ସୁଦୃଢ଼ କରିବାରେ ଦାମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

Share