ଚକିତ କରିବ ଦିଲୀପଙ୍କ ପାଉଣା

ବମ୍ବେ: ନିକଟରେ ଟେଲିକାଷ୍ଟର ପନ୍ଦର ବର୍ଷ ପୂରଣ କରିଛି ‘ତାରକ ମେହଟ୍ଟା କା ଉଲଟା ଚଷମା’। ଏତେ ଦିନ ପରେ ମଧ୍ୟ ଏହା ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଶୋ’ରେ ଜେଠାଲାଲଙ୍କ ଚରିତ୍ର ବେଶ ଲୋକପ୍ରିୟ। ଏହି ଚରିତ୍ରରେ ନଜର ଆସୁଛନ୍ତି ଅଭିନେତା ଦିଲୀପ ଯୋଶୀ। ଦିଲୀପଙ୍କ ଲୋକପ୍ରିୟତା ଯେତିକି ତାଙ୍କ ପାଉଣା ମଧ୍ୟ ସେହିଭଳି। ସେ ପ୍ରତି ଏପିସୋଡ ପିଛା ୧.୫ ଲକ୍ଷ ଟଙ୍କା ନିଅନ୍ତି। ଏହା ଅନ୍ୟ ଅଭିନେତାଙ୍କଠାରୁ ଢେର ଅଧିକ।

Share