୨୫ ବର୍ଷ ପରେ ବଦଳିଲା ଚିତ୍ର; ଜାଣନ୍ତୁ  କିଭଳି ଥିଲା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ-ପ୍ରଭାତୀଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର,୧୧।୬: ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶା ପାଇଛି ଉପମୁଖ୍ୟମନ୍ତ୍ରୀ। ଭାଜପା କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଏଭଳି ଘୋଷଣା ପରେ ଭାଜପା ଶିବିରରେ ଉତ୍ସାହ ସହ କର୍ମୀମାନେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଖୁସି ମନାଉଛନ୍ତି। ଏଭଳି ସ୍ଥିତିରେ ଆସନ୍ତୁ ତାଙ୍କର ରାଜନୈତିକ କ୍ୟାରିୟର ବିଷୟରେ ଜାଣିବା…
କନକ ବର୍ଦ୍ଧନ ସିଂଦେଓ: ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏହି ନେତା ପାଟଣାଗଡ଼ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୧୯୫୬ ଜୁନ ୧୪ରେ ତାଙ୍କର ଜନ୍ମ। ତାଙ୍କ ପତ୍ନୀ ସଙ୍ଗୀତା ସିଂଦେଓ ମଧ୍ୟ ଜଣେ ରାଜନେତ୍ରୀ। ସେ ଏବେ ଲୋକ ସଭା ଏମ୍‌ପି ଅଛନ୍ତି। ୨୦୦୦ରୁ ୨୦୦୯ ଯାଏ ସେ ଓଡ଼ିଶା ବିଧାନସଭାରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି।
ପ୍ରଭାତୀ ପରିଡ଼ା:
୨୦୨୪ ନିର୍ବାଚରେ ପ୍ରଥମ ଥର ବିଧାୟିକା ହୋଥିବା ପ୍ରଭାତି ନିମାପଡ଼ା ଆସନରୁ ଜିତି ବଡ଼ ପଦବୀ ପାଇଛନ୍ତି। ୧୯୯୫ରେ ସେ ନିଜର ଏଲଏଲ୍‌ବି ଶିକ୍ଷା ସମାପ୍ତ କରିଥିଲେ। ୨୦୦୫ରେ ସେ ଏମ୍‌ଏ କରିଥିଲେ। କହିବାକୁ ଗଲେ ସେ ସେ ପ୍ରଥମ ଥର ଏମ୍‌ଏଲ୍‌ଏରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ଏହି ଆସନରୁ ୩ ଥର ଲଢ଼ି ପରାଜିତ ହୋଇଥିଲେ ହେଁ ଚଳିତ ଥର ସମୀର ଦାଶଙ୍କ ଯୋଗୁ ସେ ବହୁଳ ଭୋଟରେ ବିଜୟୀ ହୋଇଥିଲେ। ସେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧ୍ୟ ଥିଲେ।
Share