ଇଂରାଜୀ ଶବ୍ଦର ସଠିକ୍ ଉଚ୍ଚାରଣ କରିବା କାଠିକର ପାଠ। ଏମିତି କିଛି ଇଂରାଜୀ ଶବ୍ଦ ଅଛି, ଯାହାକୁ କହିବା ପାଇଁ ଜିଭର ଶକ୍ତି ଦରକାର ପଡ଼େ। ଉଦାହରଣ ସ୍ବରୂପ ଚେକୋସ୍ଲୋଭାକିଆ। ଏହାର ଇଂରାଜୀ ଶବ୍ଦ (Czechoslovakia)
ଯାହାକୁ ପଢ଼ିବା ପାଇଁ କଷ୍ଟ ହୋଇଥାଏ। ସେମିତି ଇଂରାଜୀରେ ଏମିତି ଆଉ ଏକ ଶବ୍ଦ ଅଛି ଯାହାକୁ ପଢ଼ିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ। ଏହା ଜାଣି ଆପଣ ଭାବୁଥିବେ ଏମିତି କେଉଁ ଶବ୍ଦ ଅଛି ଯେ, ଏତେ ସମୟ ଲାଗିବ। ଆଜ୍ଞା ହଁ ଏପରି ଶବ୍ଦଟିଏ ଅଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଜାଣି ଆଶ୍ଚର୍ଯ୍ୟ ହେବେ ଇଂରାଜୀର ସବୁଠୁ ଲମ୍ବା ଶବ୍ଦ ହେଉଛି ୧,୮୯,୮୧୯ ଅକ୍ଷର। ଏହାକୁ ଯଦି ସଠିକ୍ ଉଚ୍ଚାରଣ କରିବେ ତେବେ ଆପଣଙ୍କୁ ସାଢ଼େ ତିନି ଘଣ୍ଟା ସମୟ ଲାଗିବ। ଏହି ଶବ୍ଦ ମଣିଷ ଶରୀରରେ ମିଳୁଥିବା ଟିଟିନ୍ ନାମକ ଏକ ପ୍ରୋଟିନ୍ର ରାସାୟନିକ ନାମ। ବୈଜ୍ଞାନିକଙ୍କ ମତରେ, ମଣିଷ ଶରୀର ୨୦ ଲକ୍ଷରୁ ଅଧିକ ପ୍ରୋଟିନ୍ ଆମିନୋ ଏସିଡ୍ ରହିଛି।
୧୯୫୪ରେ ରେଗି ନାଟୋରିଙ୍କ ଦ୍ୱାରା ଟିଟିନ ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୭୭ରେ କସାକ ମାରୁୟାମା ଏବଂ ତାଙ୍କ ସହକର୍ମୀମାନେ ଅଧିକ ଅନୁସନ୍ଧାନ କରିଥିଲେ ଏବଂ ଏହି ପ୍ରୋଟିନ୍ ନାମ କୋନେକ୍ଟିନ ରଖିଥିଲେ। ଦୁଇ ବର୍ଷ ପରେ କୁଆନ ଓ୍ବାଙ୍ଗ ଏବଂ ତାଙ୍କ ସହକର୍ମୀମାନେ ମଧ୍ୟ ପ୍ରୋଟିନ ଅଧ୍ୟୟନ କରି ଏହାର ନାମ ରଖିଥିଲେ।