ଏହି ଗାୟିକାଙ୍କ ଦିଓ୍ବାନା ଥିଲେ ମହାତ୍ମା ଗାନ୍ଧୀ, ନେହେରୁ

କର୍ନାଟକ ସଙ୍ଗୀତ ଜଗତରେ ଏମଏସ ସୁବୁଲକ୍ଷ୍ମୀ ଏକ ଅବିସ୍ମରଣୀୟ ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କର ପୁଣ୍ୟତିଥି। ପୁରୁଷ ପ୍ରଧାନ ସମାଜରେ ସୁବୁଲକ୍ଷ୍ମୀ ନିଜ ସ୍ବରର ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିଲେ। ସେ ସେମଙ୍ଗୁଡି ଶ୍ରୀନିବାସ ଆୟରଙ୍କଠାରୁ କାର୍ନାଟକ ସଙ୍ଗୀତ ଏବଂ ପଣ୍ଡିତ ନାରାୟଣ ରାଓ ବ୍ୟାସଙ୍କ ଠାରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ଭାରତ ରତ୍ନ, ଏସିଆର ନୋବେଲ ନୋବେଲ କୁହାଯାଉଥିବା ରମଣ ମାଗାସେସେ ପୁରସ୍କାର ମଧ୍ୟ ସେ ହାସଲ କରିଥିଲେ। ମାତ୍ର ଦଶ ବର୍ଷ ବୟସରେ ସୁବବୁଲକ୍ଷ୍ମୀଙ୍କ ପ୍ରଥମ ସଙ୍ଗୀତ ଆଲବମ ଆସିଥିଲା। ଏହା ପରେ ସେ ମାଡ୍ରାସ ସଂଗୀତ ଏକାଡେମୀକୁ ଯାଇ ସମ୍ପୂର୍ଣ୍ଣ ତାଲିମ ନେଇଥିଲେ ଏବଂ କେବଳ ମାତୃଭାଷା କନ୍ନଡ ନୁହେଁ ଅନେକ ଭାଷାରେ ଗୀତ ଗାଇ ସାରା ବିଶ୍ୱରେ ତାଙ୍କର ପ୍ରଶଂସକ ସୃଷ୍ଟି କରିଥିଲେ।
ସୁବୁଲକ୍ଷ୍ମୀ ଏବଂ ତାଙ୍କ ସ୍ବାମୀ ସଦାଶିଭମ ମଧ୍ୟ ସ୍ବାଧୀନତା ଲଢେଇରେ ନିଜ ଯୋଗଦାନ ଦେଇଥିଲେ। ସୁବୁଲକ୍ଷ୍ମୀ ତାଙ୍କ ଗୀତରୁ ମିଳୁଥିବା ଟଙ୍କାକୁ କସ୍ତୁରବା ଫାଉଣ୍ଡେସନକୁ ହସ୍ତାନ୍ତର କରୁଥିଲେ। ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇଲେ। ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ସୁବୁଲକ୍ଷ୍ମୀ ଏକ ଭଜନ ‘ହରି ତୁମ ହରୋ’ ରେକର୍ଡ କରି ତାଙ୍କ ପାଖକୁ ପଠାଇଥିଲେ। ଏହାପୂର୍ବରୁ ସୁବୁଲକ୍ଷ୍ମୀ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ’ ଏବଂ ‘ରଘୁପତି ରାଘବ ରାଜାରାମ’ ମଧ୍ୟ ଗାଇଥିଲେ। କେବଳ ଏତିକି ନୁହେଁ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ସୁବୁଲକ୍ଷ୍ମୀଙ୍କ ସ୍ବରର ବଡ ପ୍ରଶଂସକ ଥିଲେ।

Share