ସାମ୍ନାକୁ ଆସିଲେ ପୁଟିନ୍‌ଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୦ା୬: ସାରା ବିଶ଼୍ବରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ପୁଟିନ୍‌ଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୁଏ। କିନ୍ତୁ ପୁତିନ୍‌ଙ୍କର ଝିଅ ଥିବା କେହି ହୁଏତ ଜାଣନ୍ତି ନାହିଁ । ବର୍ତ୍ତମାନ ଏହି ସିକ୍ରେଟ୍‌ ଝିଅମାନଙ୍କ ବିଷୟରେ ଏକ ବଡ଼ ଖୁଲାସା କରାଯାଇଛି । ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବାସ୍ତବରେ ପୁଟିନଙ୍କର ଦୁଇଟି ଝିଅ ଅଛନ୍ତି । ସେମାନଙ୍କ ନାମ ମାରିଆ ଭୋରୋଣ୍ଟସୋଭା ଏବଂ କତେରିନା ତିଖୋନୋଭା । ନିକଟରେ ଦୁହେଁ ଋଷିଆର ଏକ କାର୍ଯ୍ୟକ୍ରମର ମଞ୍ଚରେ ନଜର ଆସିଥିଲେ। କତେରିନା ଜଣେ ଟେକ କାର୍ଯ୍ୟର୍ନିବାହୀ ଏବଂ ଋଷିଆର ପ୍ରତିରକ୍ଷା ଶିଳ୍ପ ସହିତ ଜଡିତ। ଏଥି ସହିତ ମାରିଆ ସରକାରୀ ଫଣ୍ଡିଂ ବିଭାଗ ସହିତ କାମ କରନ୍ତି । ସେମାନଙ୍କୁ ଜେନେଟିକ୍ସ ଅନୁସନ୍ଧାନରୁ ଏଥିପାଇଁ ଅର୍ଥ ମିଳିଥାଏ । ବର୍ତ୍ତମାନ ସେ ସର୍ବସାଧାରଣ ପ୍ଲାଟଫର୍ମରେ ପହଞ୍ଚିବା ପରେ ପୁଟିନଙ୍କ ପରେ ତାଙ୍କର ରାଜନୈତିକ ଉତ୍ତରାଧିକାରୀଙ୍କୁ ଦାୟିତ଼୍ବ ପ୍ରଦାନ କରିବାକୁ ଏହା ଏକ ପ୍ରୟାସ ବୋଲି ଅନୁମାନ କରାଯାଉଛି।

‘ଦି ସନ’ ରିପୋର୍ଟ ଅନୁଯାୟୀ ପୁତିନଙ୍କ ୩୭ ବର୍ଷିୟା ଝିଇ କତେରିନା ନିକଟରେ ଏକ ସର୍ବସାଧାରଣ ପ୍ଲାଟଫର୍ମରେ ଦେଖା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ବଡ଼ ଭଉଣୀ ମାରିଆ ମଧ୍ୟ ଉପସ୍ଥିତ ଥିଲେ। ପୁଟିନଙ୍କ ଝିଅମାନଙ୍କୁ ସର୍ବସାଧାରଣରେ ଦେଖିବା ପରେ ଏହା ରାଜନୈତିକ ଉତ୍ତରାଧିକାରୀ ସ୍ଥାନାନ୍ତର କରିବାର ଏକ ପ୍ରୟାସ ବୋଲି କୁହାଯାଉଛି । ତେବେ ସୂଚନା ଥାଉକି, ନିକଟରେ ପୁଟିନଙ୍କ ଅସୁସ୍ଥତାର ଖବର ଭାଇରାଲ ହୋଇଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବେ, ସେନେଇ ପ୍ରଶ୍ନ ଉଠିଥିଲା ।

Share