ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ କିଛି ନେତା ପ୍ରଥମକରି ବିଧାନସଭା ଗୃହରେ ପାଦ ରଖିବେ । ଲୋକଙ୍କ ପାଇଁ କାମ କରିବା ସହ ଲୋକଙ୍କ ସମସ୍ୟାକୁ ଗୃହରେ ଉପସ୍ଥାପନ କରିବେ। କିନ୍ତୁ ଏଠି ଜଣେ ସାଧାରଣ ଜନତାର ମନରେ ଏକ ପ୍ରଶ୍ନ ଉଠେ ଯେ, ଯେଉଁମାନେ ବିଧାୟକ ହୋଇଛନ୍ତି ସେମାନଙ୍କୁ କେତେ ଟଙ୍କା ଦରମା ମିଳେ ? କେଉଁ କେଉଁ ସୁବିଧା ମିଳେ ? ଇତ୍ୟାଦି…

ତେବେ ୨୦୧୧ ମସିହା ପରେ ୨୦୧୭ରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ସୁବିଧା ଏବଂ ପେନ୍‌ସନ୍‌ ଆକ୍ଟରେ ସଂଶୋଧନ କରାଯାଇ ଏଥିରେ ବୃଦ୍ଧି କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିଧାନ ସଭାର ବିଧାୟକଙ୍କ ଦରମା ବଢ଼ିଥିଲା । ଏହାପରେ ବିଧାୟକମାନେ ମାସକୁ ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦରମା ୫୯,୦୦୦ରୁ ବଢି ୯୮,୦୦୦ ଟଙ୍କା ହୋଇଥିଲା। ସେହିପରି ବିରୋଧୀ ଦଳ ନେତା ପୂର୍ବରୁ ୫୮,୦୦୦ଟଙ୍କା ପାଉଥିବା ବେଳେ ୨୦୧୭ ପରେ ମାସିକ ଦରମା ୯୭,୦୦୦ ଟଙ୍କା ପାଉଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ୫୮,୦୦୦ ଟଙ୍କାରୁ ବଢି ୯୭,୦୦୦ଟଙ୍କା ଓ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ଦରମା ୫୭,୦୦୦ଟଙ୍କାରୁ ବଢ଼ି ୯୫,୦୦୦ ଟଙ୍କା କରାଯାଇଥିଲା। ବାଚସ୍ପତି ପୂର୍ବରୁ ୫୮,୫୦୦ ଟଙ୍କା ପାଉଥିବା ବେଳେ ୨୦୧୭ ପର ଠାରୁ ୯୭,୫୦୦୦ ଟଙ୍କା ଓ ଉପବାଚସ୍ପତି ୯୫,୦୦୦ଟଙ୍କା, ସରକାରୀ ଦଳ ମୁଖ୍ୟ ସଚେତକ ୯୭,୦୦୦ଟଙ୍କା ଏବଂ ଉପମୁଖ୍ୟ ସଚେତକ ମାସକୁ ୯୩,୦୦୦ ଟଙ୍କା ପାଉଛନ୍ତି। ମୂଳଦରମା, ଅନ୍ୟାନ୍ୟ ଭତ୍ତାକୁ ମିଶାଇ ନୂଆ ଦରମା ର୍ନିଦ୍ଧାରଣ କରାଯାଇଥିଲା।
ସୂଚନା ଥାଉକି, ଗତବର୍ଷ ବିଧାନସଭା ଅଧିବେସନରେ ଶାସକ ଦଳ ପକ୍ଷରୁ ବିଧାୟକମାନଙ୍କ ଦରମା ବୃଦ୍ଧି କରାଯିବାକୁ ଗୃହରେ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା ।

Share