ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ ନିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ। ତେବେ ଏହି ଟିକା ତାଙ୍କର ଜଣେ ଝିଅଙ୍କଠାରେ ପ୍ରୟୋଗ କରାଯାଇଛି। ଟେଷ୍ଟିଂରେ ଭାଗନେଇଥିବା ଝିଅ ଦ୍ୱିତୀୟ ଥର ଟିକା ନେଇଥିବାବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତାଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ବଢ଼ିଯାଇଥିବାରୁ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ରାଷ୍ଟ୍ରପତି ପୁଟିନଙ୍କର ୨ ଝିଅ ଥିବାବେଳେ ସେ କାହାକୁ ଏହି ଟିକା ଦେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ରାଷ୍ଟ୍ରପତି ପୁଟିନଙ୍କ ପରିବାର ସବୁବେଳେ ଲାଇମ୍‌ଲାଇଟ୍‌ଠାରୁ ଦୂରେଇ ରହିଥାନ୍ତି। ତାଙ୍କର ୨ ଝିଅଙ୍କ ନାମ ମାରିୟା ଏବଂ କ୍ୟାଟ୍ରିନା। ବଡ଼ ଝିଅ ମାରିୟା ମେଡିକାଲ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ସେକ୍ଟରରେ କାମ କରନ୍ତି। ସେ ନେଦରଲ୍ୟାଣ୍ଡର ଜଣେ ବ୍ୟବସାୟୀଙ୍କୁ ବିବାହ କରିବା ପରଠାରୁ ସେଠାରେ ହିଁ ସ୍ବାମୀଙ୍କ ସହ ରହୁଛନ୍ତି। ମାରିୟାଙ୍କୁ ପରିବାର ଲୋକେ ମାଶା ବୋଲି ଡାକିଥାନ୍ତି। କୁହାଯାଏ ପୁତିନଙ୍କ ମା’ଙ୍କ ନାମ ମାଶା ଥିଲା, ତେଣୁ ସେ ନିଜର ବଡ଼ ଝିଅକୁ ଗେହ୍ଲାରେ ମା’ଙ୍କ ନାମରେ ଡାକିଥାନ୍ତି।
ସେହିପରି ପୁଟିନଙ୍କ ସାନ ଝିଅ କ୍ୟାଟ୍ରିନାଙ୍କ ବୟସ ୩୩। ସେ ରୁଷ୍‌ରେ ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସି ଇନିସିଏଟିଭ୍‌ରେ କାମ କରୁଛନ୍ତି। କ୍ୟାଟ୍ରିନାଙ୍କର ନୃତ୍ୟପ୍ରତି ଦୁର୍ବଳତା ରହିଛି। ଏହା ବ୍ୟତୀତ ସେ ପଢ଼ିବା ସମୟରେ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଶୀର୍ଷ ସ୍ଥାନରେ ରହିଥିଲେ। ତେବେ କରୋନା ଟିକା ରାଷ୍ଟ୍ରପତିଙ୍କ ଝିଅ ଉପରେ ପ୍ରୟୋଗ କରାଯିବା ପରଠାରୁ ସେମାନେ ଆଲୋଚନାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ କାହିଁକି କେଶ ଖୋଲା ରଖନ୍ତି ସୁନିତା, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଓ୍ବାଶିଂଟନ,୧୮।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ସାରେ ପୃଥିବୀକୁ ଫେରିବେ। ଏହି ଦୁଇଜଣ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ...

ମ୍ୟାଚ୍ ମଝିରେ ଆସିଲା ହୃଦୟଘାତ: ୩୯ ବର୍ଷୀୟ ରେସଲର ମୃତ

ନୂଆଦିଲ୍ଲୀ,୧୮।୩: ରବିବାର ନ୍ୟୁ ଜର୍ସିର ଏକ ମ୍ୟାଚ୍ ସମୟରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ରେସଲର ଭିନ୍ସ ଷ୍ଟିଲ୍। “ଦି ଜୁରାସିକ୍ ଜଗରନଟ୍” ଭାବରେ...

ଆସୁଛନ୍ତି ସୁନୀତା, ହେଲେ ପୃଥିବୀରେ ରଖିପାରିବେ ନାହିଁ ପାଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ପୃଥିବୀକୁ ଫେରିବେ। ମଙ୍ଗଳବାର ପୂର୍ବାହ୍ନ ୧୦.୩୫ ରେ ମହାକାଶଚାରୀମାନଙ୍କୁ...

ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୦୦ ପାର୍‌

ଗାଜା,୧୮।୩: ଇସ୍ରାଏଲ ପୁଣିଥରେ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

ନଅ ମାସ ପରେ ମହାକାଶ ଷ୍ଟେସନରୁ ଘରକୁ ଫେରୁଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୧୮ା୩: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରାର ଶେଷ କରି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଅନଡକ୍...

ଗାଜା ଷ୍ଟ୍ରିପରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ: ୨୦୦ରୁ ଅଧିକ ପାଲେଷ୍ଟାନୀଙ୍କ ମୃତ୍ୟୁ

ଗାଜା,୧୮।୩: ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଆକ୍ରମଣ କରିଛି। ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ସମଗ୍ର ଗାଜା ଷ୍ଟ୍ରିପ ଥରି...

China Xi Jinping: ନିଜ ଦେଶରେ ବିଦ୍ରୋହର ସାମ୍ନା କରୁଛନ୍ତି ଜିନପିଙ୍ଗ: ଡ୍ରାଗନର ହଜିଲା ନିଦ

ବେଜିଂ,୧୮।୩: ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ସମ୍ପ୍ରତି ଅନେକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଦୁର୍ନୀତି ଦୂରୀକରଣ ଅଭିଯାନର ଅଂଶ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image