ଏମ୍‌ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍‌; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ

ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କମେଡି କିଙ୍ଗ କୁହାଯାଉଥିବା କପିଲ ଶର୍ମାଙ୍କ ଶୋ’ରେ ତାଙ୍କୁ ଭଳିକି ଭଳି ରୂପରେ ଦେଖିବାକୁ ମିଳେ॥ ହେଲେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ଆସନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ ପରିଚୟ କରାଇଦେଉଛୁ।

କିକୁଙ୍କ ସ୍ତ୍ରୀଙ୍କ ନାମ ପ୍ରିୟଙ୍କା। ୨୦୦୨ରେ ଉଭୟ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ, ଆର୍ୟନ ଏବଂ ସୌର୍ୟ ଅଛନ୍ତି। ସ୍ବାମୀ ସେଲିବ୍ରିଟି ହୋଇଥିଲେ ହେଁ ପ୍ରିୟଙ୍କା ସବୁବେଳେ ଲାଇମ୍‌ଲାଇଟରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି। ସେ ଜଣେ ଗୃହିଣୀ। ଘରେ ରହି ପରିବାରର ଯତ୍ନ ନେଇଥାନ୍ତି। ମାତ୍ର ୨୦୧୩ରେ ସେ କିକୁଙ୍କ ସହ ଏକ ଡ୍ୟାନ୍ସ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ।

ଅଭିନୟଜଗତକୁ ଆସିବା ପୂର୍ବରୁ କିକୁ ଏମ୍‌ବିଏ କରିଥିଲେ। ସେ ବ୍ୟବସାୟ କରିବାକୁ ଚାହୁଁଥିଲେ। ହେଲେ ଭାଗ୍ୟକୁ ଆଉ କିଛି ମଞ୍ଜୁର ଥିଲା। ଶେଷରେ ସେ ଜଣେ ଅଭିନେତା, କମେଡିଆନ୍‌ ପାଲଟିଛନ୍ତି। କେବଳ ଯେ ଛୋଟ ପରଦା ତାହା ନୁହେଁ ଅନେକ ଫିଲ୍ମରେ ସେ ନଜର ଆସିଛନ୍ତି। ଶେଷ ଥର ପାଇଁ କିକୁଙ୍କୁ ଇରଫାନ୍‌ ଖାନ୍‌ ଏବଂ କରିନା କପୁରଙ୍କ ଫିଲ୍ମ ‘ଅଂଗ୍ରେଜି ମିଡିୟମ’ରେ ଦେଖିବାକୁ ମିଳିଥିଲା।

Share