ଦେଶର ଜଣାଶୁଣା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଅର୍ନବ ଗୋସ୍ବାମୀ। ନିଜର ଆଙ୍କରିଂ ଷ୍ଟାଇଲ୍କୁ ନେଇ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବିଗତ କିଛି ଦିନ ଧରି ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିପୋଟିଂ କରି ଚର୍ଚ୍ଚାରେ ରହିଛନ୍ତି। କିଛି ଲୋକ ତାଙ୍କ ରିପୋର୍ଟିଂର ପ୍ରଶଂସା କରୁଥିବା ବେଳେ କିଛି ଏହାକୁ ସମାଲୋଚନା କରିବାକୁ ପଛାଇ ନ ଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଅର୍ନବଙ୍କ ସ୍ତ୍ରୀ ମଧ୍ୟ ଜଣେ ଖବରଦାତା ବା ରିପୋର୍ଟର। ତାଙ୍କ ନାମ ସମ୍ୟବ୍ରତା ରାୟ ଗୋସ୍ବାମୀ। ଉଭୟଙ୍କ ଏକ ପୁଅ ରହିଛି। ଏବେ ସମ୍ୟବ୍ରତା ଅର୍ନବଙ୍କ ସହ ରିପବ୍ଲିକ ଟିଭିର କୋ-ଓନର ଏବଂ ସମ୍ପାଦକ ଅଛନ୍ତି।
ଖବରକାଗଜରୁ ସମ୍ୟବ୍ରତା ନିଜର ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ। ସେ ଆନନ୍ଦ ବଜାର ପତ୍ରିକା, ତହଲକା ଏବଂ ଡାଉନ୍ ଟୁ ଅର୍ଥ ଭଳି ସଂସ୍ଥାରେ କାମ କରି ସାରିଛନ୍ତି। ସେ ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାରେ ବଡ ଖୁଲାସା କରିଥିଲେ। ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଶୀନା ବୋରା ଦୁଇ ଭଉଣୀ ନୁହଁନ୍ତି ବରଂ ମା’ଝିଅ ବୋଲି ସମ୍ୟବ୍ରତା କହିଥିଲେ। ଟେଲିଗ୍ରାଫରେ ଏହା ପ୍ରକାଶ ପାଇଥିଲା।
ବିଗତ ଦିନରେ ଉଭୟଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ନେଇ ପୁଣି ଚର୍ଚ୍ଚାକୁ ଆସିଥିଲେ ସମ୍ୟବ୍ରତା। ଏନେଇ ଅର୍ନବ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ।