୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ। ପରେ ‘ଆର଼୍ୟା’ ଫିଲ୍ମରୁ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ପ୍ରଶଂସକଙ୍କ ସହ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଅଲ୍ଲୁ।

ଚାହିଦା ଯେମିତି ବଢ଼ିଛି ସେମିତି ବଢ଼ିଛି ଅଲ୍ଲୁଙ୍କ ପାଉଣା। ଏବେ ଫିଲ୍ମ ପିଛା ୧୪-୧୫ କୋଟି ଟଙ୍କା ନେଉଛନ୍ତି ସେ। ମୋଟ ସମ୍ପତ୍ତି ଦେଖିଲେ ସେ ପ୍ରାୟ ୩୫୦ କୋଟି ସମ୍ପତ୍ତିର ମାଲିକ। ଏଥିପାଇଁ ବେଶ୍‌ ଚାକଚକ୍ୟ ଭରା ତାଙ୍କର ଜୀବନଶୈଳୀ।
୨୦୧୯ରେ ଅଲ୍ଲୁ ଗୋଟିଏ ଭ୍ୟାନିଟ୍‌ ଭ୍ୟାନ୍‌ କିଣିଛନ୍ତି। ଏହାର ନାମ ସେ ‘ଦ ଫାଲ୍କନ୍‌’ ରଖିଛନ୍ତି। ଭ୍ୟାନ୍‌ଟିର ଦାମ ୭ କୋଟି। ଏହାଛଡ଼ା ପ୍ରାଇଭେଟ୍‌ ଜେଟ୍‌ ସହ ଗୋଟିଏରୁ ବଳି ଗୋଟିଏ ଦାମୀ ଗାଡ଼ି ତାଙ୍କ ପାଖରେ ରହିଛି।

ଅଲ୍ଲୁ ହାଇଦ୍ରାବାଦର ଜୁବ୍‌ଲୀ ହିଲ୍ସ ନିକଟରେ ଥିବା ନିଜର ଭବ୍ୟ ବଙ୍ଗଳାରେ ରୁହନ୍ତି। ତାଙ୍କ ଘରର ନାମ ‘ବ୍ଲେସିଙ୍ଗ୍‌’। ଏହାର ଦାମ ୧୦୦ କୋଟିରୁ ଅଧିକ। ସ୍ତ୍ରୀ ସ୍ନେହା ରେଡ୍ଡୀ ଏବଂ ସନ୍ତାନ ଅୟାନ ଏବଂ ଅର୍‌ହାଙ୍କ ସହ ସେଠାରେ ରୁହନ୍ତି ଅଭିନେତା।

 

Share