ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…

ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ କାହା ପ୍ରେମରେ ପଡ଼ିଛନ୍ତି ତାହା କେହି ଜାଣିପାରି ନ ଥାନ୍ତି। ଆସନ୍ତୁ ସେଭଳି କିଛି ଅଭିନେତ୍ରୀଙ୍କ ଲୁଚାଛପା ପ୍ରେମ ବିଷୟରେ ଜାଣିବା:

ଜ୍ୟାକଲିନ ଫର୍ନାଡିସ:
ଗତ କିଛି ଦିନ ଧରି ବମ୍ବେରେ ଏକ ଘର ଖୋଜୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍‌। ଏବେ ତାଙ୍କୁ ଘର ମିଳିଯାଇଛି। ତେବେ ସେ ଏହି ନୂଆ ଘରେ ପ୍ରେମିକଙ୍କ ସହ ରହିବେ ବୋଲି ଜଣାପଡ଼ିଛି। କାରଣ ସେ କଥିତ ଭାବେ ଦକ୍ଷିଣ ଭାରତୀୟ ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି। ଘରର ଇଣ୍ଟେରିୟର କାମ ଚାଲିଛି। ଏଥିପାଇଁ ଫ୍ରାନ୍ସର ଏକ ଇଣ୍ଟେରିଅର ଡିଜାଇନରଙ୍କୁ ଡକାଯାଇଛି।

ମିନିଷା ଲାମ୍ବା:
୨୦୧୫ରେ ରେୟାନ ଥାମଙ୍କୁ ବିବାହ କରିଥିଲେ ମିନିଷା। ହେଲେ ବିବାହ ବେଶି ଦିନ ଚାଲି ନ ଥିଲା। ରେୟାନଙ୍କୁ ଛାଡ଼ପତ୍ର ଦେବା ପରେ ସେ ହୃଦୟ ଖୋଲା ରଖିଥିଲେ। ଏବେ ସେ ପୁଣି ପ୍ରେମରେ ପଡ଼ିଥିବା ପ୍ରକାଶ କରିଛନ୍ତି। ହେଲେ ସେ କିଏ ତାହା ଜଣାଇନାହାନ୍ତି।

ମୌନି ରୟ: ଟେଲି ପରଦାରୁ ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଥିବା ମୌନି ସୁରଜ ନାମ୍ବାରିୟାଙ୍କ ପ୍ରେମରେ ପଡ଼ିଛନ୍ତି। ସୁରଜଙ୍କ ପରିବାର ସହ ଅନେକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଶେଷକରି ପୁରୁଷବନ୍ଧୁଙ୍କ ମା’ବାପାଙ୍କୁ ମମ୍‌ ଏବଂ ଡାଡ୍‌ କହିଥିବା ଯୋଗୁ ଉଭୟ ସମ୍ପର୍କକୁ ନେଇ ବେଶ୍‌ ଯତ୍ନବାନ ବୋଲି କୁହାଯାଉଛି। ଏପରିକି ଉଭୟ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରଦ୍ଧା କପୁର:
ଛିଛୋରେର ଏହି ଅଭିନେତ୍ରୀ ଗତ କିଛି ବର୍ଷ ଧରି ସେଲିବ୍ରିଟି ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କୁ ଡେଟ୍‌ କରୁଛନ୍ତି। ହେଲେ ସେ ସମ୍ପର୍କକୁ ନେଇ ମୁହଁ ଖୋଲିବାକୁ ଚାହୁଁନାହାନ୍ତି।

Share