ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି କିଛି ଲୋକଙ୍କର ଶେଯ ଉପରେ ବସି ଟିଭି ଦେଖି ଖାଇବାର ଅଭ୍ୟାସ ରହିଛି; ଯାହାକି ସ୍ବାସ୍ଥ୍ୟ ପକ୍ଷେ ଆଦୌ ଭଲ ନୁହେଁ। ବିଜ୍ଞାନ ବି ଏ କଥାକୁ ସ୍ବୀକାର କରେ। ବିଶେଷଜ୍ଞଙ୍କ ମତାନୁସାରେ, ଖଟ ଉପରେ ବସି ଖାଇଲାବେଳେ ଆମେ ଖୁବ୍‌ ରିଲାକ୍ସ ହୋଇ ବସିଥାଉ ନଚେତ୍‌ ଖଟରେ ଅଧା ଶୋଇ ପଡ଼ିଥାଉ। କିନ୍ତୁ ଭୋଜନ ପାଇଁ ଏହି ଦୁଇଟିଯାକ ଭଙ୍ଗୀ ଆଦୌ ଠିକ୍‌ ନୁହେଁ। ଏହା ପାଚନ ରସର ନୈସର୍ଗିକ ପ୍ରବାହକୁ ବାଧା ଦେଇଥାଏ; ଫଳରେ ପାଚନତନ୍ତ୍ର ଉପରେ ଏହାର କୁପ୍ରଭାବ ପଡ଼େ ଏବଂ ଖାଦ୍ୟ ଠିକ୍‌ରେ ହଜମ ହୁଏନାହିଁ। ଅନ୍ୟପକ୍ଷେ ଖଟ ଉପରେ ବସି ଖାଇଲାବେଳେ ଅସାବଧାନତାବଶତଃ ଖାଦ୍ୟର କିଛି ଅଂଶ ଶେଯ ଉପରେ ପଡ଼ିଯାଏ; ଫଳରେ ଶେଯ ଅପରିଷ୍କାର ହୁଏ। କିନ୍ତୁ ତାହାକୁ ସଫା ନ କରି ସେମିତି ଛାଡ଼ିଦେଲେ ଆଉ ପରେ ସେଥିରେ ଶୋଇଲେ ଫଙ୍ଗସ୍‌ ଇନ୍‌ଫେକ୍ସନ୍‌ ହୋଇ ଆଲର୍ଜି ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଏହାଛଡ଼ା ଶେଯରେ ବସି ଖାଇଲେ ଶରୀରର ଓଜନ ବଢ଼ିବା ସଙ୍ଗେସଙ୍ଗେ ନିଦ୍ରାଜନିତ ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ...

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri