ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ଯେଉଁଠି ନାହିଁ ସେଇଠି ରଖିବା ଠିକ୍‌ ନୁହେଁ। ମାନ୍ୟତା ରହିଛି ଯେ, ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବା ସବୁଠୁ ଶୁଭ ହୋଇଥାଏ। ଆବଶ୍ୟକ କ୍ଷେତ୍ରରେ ଏହି ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ରଖିପାରିବେ, କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ ଦିଗରେ ରଖିବେ ନାହିଁ। ସେହିପରି ଏହି ମୂର୍ତ୍ତିକୁ କେବେ ବି ତଳେ ରଖିବେ ନାହିଁ, ଟିକେ ଉଚ୍ଚ ସ୍ଥାନରେ ରଖିବେ। ରୋଷେଇଘର, ପୂଜାଘର, ଡାଇନିଂ ଟେବୁଲ କିମ୍ବା ପାଇଖାନା ଘର ନିକଟରେ ଏହି ମୂର୍ତ୍ତିକୁ ରଖିବା ଆଦୌ ଠିକ୍‌ ନୁହେଁ। ପିଲାଙ୍କର ପଢ଼ାରେ ମନ ଲଗାଇବା ପାଇଁ ଏହି ମୂର୍ତ୍ତିକୁ ଷ୍ଟଡି ଟେବୁଲ ଉପରେ କିନ୍ତୁ ରଖିପାରିବେ। ସେହିପରି ପତିପତ୍ନୀଙ୍କ ଭିତରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ଏହି ମୂର୍ତ୍ତିକୁ ବେଡ୍‌ରୁମ୍‌ରେ ବି ରଖାଯାଇପାରେ। ତେବେ ଧ୍ୟାନ ଦେବେ, ଘରେ କେବେ ବି ୧୨ ଇଞ୍ଚରୁ ଅଧିକ ଉଚ୍ଚର ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ରଖିବେ ନାହିଁ; ନଚେତ୍‌ ଏହା ଶୁଭଫଳ ପରିବର୍ତ୍ତେ ଅନେକ ସମସ୍ୟା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image