Categories: ଜାତୀୟ

ଚନ୍ଦ୍ରୟାନ-୩ ମିଶନରୁ ଭାରତକୁ କ’ଣ ଲାଭ ମିଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚନ୍ଦ୍ରୟାନ-୩ ମିଶନ ଆଜି ସଫଳତା ହାସଲ କରିଛି। ତେବେ ଏହି ମିଶନରୁ ଭାରତ କ’ଣ ଲାଭବାନ ହେବ ସେ ସମ୍ପର୍କରେ ଜାଣନ୍ତୁ…
ଏହା ଦ୍ୱାରା ବୈଜ୍ଞାନିକମାନେ ଚନ୍ଦ୍ରର ବାୟୁମଣ୍ଡଳ ବିଷୟରେ ସୂଚନା ପାଇବେ। ଆଉ ମଧ୍ୟ ଏକ ପ୍ରଶ୍ନ ମନରେ ଉଠିବ କି ଚନ୍ଦ୍ରରେ ଘର କରିପାରିବା କି ନାହିଁ? ଏହା ସହିତ ଦକ୍ଷିଣ ମେରୁରେ ଥିବା ମାଟିର ରାସାୟନିକ ବିଶ୍ଳେଷଣ କରାଯିବ ଏବଂ ଚନ୍ଦ୍ରରେ ଥିବା ପଥରଗୁଡ଼ିକ ବିଷୟରେ ଅଧ୍ୟୟନ କରିବା ସମ୍ଭବ ହୋଇପାରିବ।

ଥରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠର ସାଉଥ୍‌ ପୋଲ ନିକଟରେ ରୋଭର ନିୟୋଜିତ କଲା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ବୈଜ୍ଞାନିକମାନେ କହିଛନ୍ତି, ଚନ୍ଦ୍ର ମାଟି ଏବଂ ପଥରର ଗଠନ ବିଷୟରେ ଅଧିକ ଜାଣିବା ପାଇଁ ସେମାନେ ୧୪ ଦିନ ଧରି ଅନେକ ପରୀକ୍ଷଣ କରିବେ।

ଏହା ସହିତ ଅଧିକାଂଶ ସମୟରେ ଦକ୍ଷିଣ ମେରୁରେ ଏକ ଛାୟା ଥାଏ। ଯାହା ବିଷୟରେ ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ସାଧାରଣତଃ ଏହି ଅଞ୍ଚଳର ତାପମାତ୍ରା ୧୦୦ ଡିଗ୍ରୀ ତଳେ ରହିଥାଏ। ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ଏହି ଅଞ୍ଚଳରେ ବରଫ ଜମା ହୋଇରହିଛି। ତେବେ ଚନ୍ଦ୍ରୟାନ-୩ ଏସବୁ ଦ୍ୱନ୍ଦ୍ୱ ଦୂର କରିବାରେ ସହାୟକ ହେବ।

Share