ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍‌ ୩୭୦’ ଜାଣନ୍ତୁ…

ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍‌ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ସମସ୍ତଙ୍କ ମନ ଜିଣିଛି। କଶ୍ମୀରରୁ ଧାରା ୭୩୦ ଉଚ୍ଛେଦ ପ୍ରସଙ୍ଗ ଉପରେ ଆଧାର କରି ‘ଆର୍ଟିକିଲ୍‌ ୩୭୦’ ନିର୍ମାଣ ହୋଇଛି। ତେବେ ଏହାକୁ ନେଇ ଆରମ୍ଭରୁ ପ୍ରଶଂସକଙ୍କ ପ୍ରତିକ୍ରିୟା ସକାରାତ୍ମକ ଆସୁଛି।

ବକ୍ସ ଅଫିସରେ ଏହି ଫିଲ୍ମ ଜବରଦସ୍ତ ହିଟ୍‌ ହେବ ବୋଲି ଆକଳନ କରାଯାଉଛି। ଏହି ସମୟରେ ଫିଲ୍ମଟିର ରୋଜଗାରର ଆକଳନ ପ୍ରକାଶ ପାଇଛି। ତେବେ ଜାଣନ୍ତୁ ଦ୍ୱିତୀୟ ଦିନରେ ଫିଲ୍ମର ଆୟ କେତେ ବୃଦ୍ଧି ପାଇଛି।
ଆଡ୍‌ଭାନ୍ସ ବୁକିଂ ହେତୁ ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିଲା। ତେବେ ଏହାର ଦ୍ୱିତୀୟ ଦିନରେ ଅର୍ଥାତ୍‌ ଶନିବାର ଏହି ଫିଲ ପ୍ରାୟ ୬ କୋଟି ଟଙ୍କା ରୋଜଗାର କରିଛି। ଦୁଇଦିନରେ ୧୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି ଏହି ଫିଲ୍ମ।

ଫିଲ୍ମର ଦୁଇଦିନର ଆୟକୁ ଦେଖି ଆକଳନ କରାଯାଉଛି ଯେ, ଏହା ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର କରିବ।

Share