କୋଟିରେ ପାଉଣା, ହେଲେ ଟଙ୍କାଟିଏ ବି ନେଇ ନ ଥିଲେ

ବମ୍ବେ: କିଙ୍ଗ ଖାନ୍‌ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଭାଗ୍ୟ ବୋଲି ମନେ କରନ୍ତି ନବାଗତା। ସେପରି କିଛି ଘଟିଥିଲା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କ କ୍ଷେତ୍ରରେ। ଆଜି ସମସ୍ତ ନିର୍ମାତାଙ୍କ ପ୍ରଥମ ପସନ୍ଦ ସେ। ତାଙ୍କ ପାଉଣା ବି କାହିଁରେ କେତେ। ହେଲେ ସେ ଡେବ୍ୟୁ ଫିଲ୍ମ ‘ ଓମ୍‌ ଶାନ୍ତି ଓମ୍‌’ ଲାଗି କେତେ ଟଙ୍କା ପ୍ରାପ୍ୟ ନେଇଥିଲେ ତାହା ଜାଣନ୍ତି। ହୁଏତ ନା। ଫିଲ୍ମଟି ସୁପରହିଟ୍‌ ହୋଇଥିଲେ ହେଁ ଦୀପିକା ଏଥିପାଇଁ ଟଙ୍କା ଟିଏ ବି ପାଉଣା ନେଇନାହାନ୍ତି। କହିବାକୁ ଗଲେ ମାଗଣାରେ ଫିଲ୍ମକୁ କରିଥିଲେ ସେ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ। ଦୀର୍ଘ ୧୪ ବର୍ଷର ଅଭିନୟ ଜୀବନ ମଧ୍ୟରେ ଦୀପିକା ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ଏଥିଲାଗି କୋଟିକୋଟି ଟଙ୍କା ଚାର୍ଜ କରନ୍ତି। ‘ପଦ୍ମାବତ୍‌’ ପାଇଁ ତାଙ୍କୁ ୧୨ କୋଟି ଟଙ୍କା ମିଳିଥିଲା। ଏପରିକି ସେ ବିଜ୍ଞାପନ ପିଛା ଆଠ କୋଟି ଟଙ୍କା ନେଇଥାନ୍ତି।

Share