ଅମିର ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଅମିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବର୍ଷକୁ ଗୋଟିଏ ଫିଲ୍ମ କରନ୍ତି, କିନ୍ତୁ ଏହା ଏକ ସୁପର ହିଟ ହୋଇଥାଏ। ଏହି କାରଣରୁ ତାଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ ମଧ୍ୟ କୁହାଯାଏ। ଆଜି ଅମିର ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବଲିଉଡର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ।
ଅମିର ନିଜ କ୍ୟାରିୟରର ପ୍ରଥମ ଦିନରେ ବହୁତ ସଂଘର୍ଷ କରିଥିଲେ। ସେ ହୁଏତ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥାଇ ପାରନ୍ତି, କିନ୍ତୁ ବଲିଉଡରେ ଜଣେ ଅଭିନେତା ଭାବରେ ସ୍ଥାନ ସୃଷ୍ଟି କରିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିତତ୍ଲା। ଏକ ସମୟ ଥିଲା ଯେତେବେଳେ ଅମିର ନିଜ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଅଟୋ ଏବଂ ରାସ୍ତାରେ ପୋଷ୍ଟର ଲଗାଉଥିଲେ। କଠିନ ପରିଶ୍ରମ ପରେ ସେ ଆଜି ଏଠାରେ ପହଞ୍ଚିଛନ୍ତି।
ଭାରତୀୟ ମୂଲ୍ୟରେ ଅମିରଙ୍କର ମୋଟ ୧୫୬୨ କୋଟି ଟଙ୍କା ସମ୍ପତ୍ତି ରହିଛି। ସେ ଚଳଚ୍ଚିତ୍ର ବ୍ୟତୀତ ବିଜ୍ଞାପନରୁ ବହୁତ ରୋଜଗାର କରନ୍ତି। ଅମିର ଗୋଟିଏ ବର୍ଷରେ ୧୨୦ କୋଟି ଟଙ୍କା ରୋଜଗାର କରନ୍ତି।
ମୁମ୍ବାଇର ପୋଶ ଅଞ୍ଚଳରେ ଅମିରଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି। ସେ ଏହାକୁ ୨୦୦୯ରେ କିଣିଥିଲେ। ସେତେବେଳେ ଏହି ଘରର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା ଥିଲା। ପଞ୍ଚଗାନିରେ ଆମୀରଙ୍କର ଏକ ସୁନ୍ଦର ବଙ୍ଗଳା ଅଛି, ଦୁଇ ଏକର ଉପରେ ବ୍ୟାପିଥିବା ଏହି ବଙ୍ଗଳାକୁ ଅମିର ସାତ କୋଟି ଟଙ୍କାରେ କିଣିଛନ୍ତି।
ଅମିର ଅନ୍ୟ ତାରକାଙ୍କ ପରି ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାରକୁ ମଧ୍ୟ ଭଲ ପାଆନ୍ତି। ତାଙ୍କର ମୋଟ ୯ଟି ବିଳାସପୂର୍ଣ୍ଣ କାର ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। କାର ସଂଗ୍ରହରେ ମର୍ସିଡିଜ ବେଞ୍ଜ, ରୋଲ୍ସ ରୋଏସ ଏବଂ ଫୋର୍ଡ ଭଳି କାର ତାଙ୍କର ଅଛି।

Share