ଜାଣନ୍ତୁ ପ୍ରଥମ ସପ୍ତାହରେ କେତେ ଆୟ କରିଛି ‘ଲାଲ ସିଂ ଚଡ୍ଡା’

ବହୁ ବାଦବିବାଦ ପରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ ହୋଇଯାଇଛି। ରିଲିଜ୍‌ ପରେ ବି ବକ୍ସ ଅଫିସରେ ଆଶାନୁଯାୟୀ କଲେକ୍ସନ କରିପାରୁନାହିଁ।
ପ୍ରଥମ ଦିନରେ ‘ଲାଲ ସିଂ ଚଡ୍ଡା’ ପ୍ରାୟ ୧୧.୫୦ କୋଟି କଲେକ୍ସନ କରିଥିଲା। ଯାହା ଆମିରଙ୍କ ଫିଲ୍ମର ସର୍ବନିମ୍ନ ରୋଜଗାର। ତେବେ ଶେଷ ସପ୍ତାହରେ ଫିଲ୍ମଟି ବକ୍ସ ଅଫିସରେ ମାତ୍ର ୨୭.୯ କୋଟି ଆୟ କରିପାରିଛି। ଯାହାକି ଆମିରଙ୍କ ଫିଲ୍ମ ପାଇଁ ଏକ ଚିନ୍ତାର ବିଷୟ।

ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଟମ ହ୍ୟାଙ୍କ୍‌ଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏହା ହେଉଛି ହିନ୍ଦୀ ରିମେକ। ଯାହାକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି।
ଅନ୍ୟପଟେ, ଫିଲ୍ମ ରିଲିଜ ପୂର୍ବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏମିତି କି ବୟକଟ ମଧ୍ୟ ଦାବି ହେଉଥିଲା। ଯାହାକୁ ନେଇ ଆମିର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଫିଲ୍ମକୁ ବୟକଟ ନ କରିବାକୁ ଅନୁରୋଧ କରୁଥିଲେ। ଶେଷରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ରିଲିଜ୍‌ ହୋଇଛି।

Share