Advertisement

ନାଗା ଚୈତନ୍ୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି: ଭାବି ସ୍ତ୍ରୀଙ୍କ ଅପେକ୍ଷା….

ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ନାଗାର୍ଜୁନ ଫଟୋ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କୁ ଦେଇଛନ୍ତି। ସାମନ୍ଥା ରୁଥ୍‌ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।
ନାଗାଙ୍କର ପ୍ରାୟ ୧୫୪ କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ଶୋଭିତାଙ୍କ ନିଟ ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି।
ଏହି ଦୃଷ୍ଟିରୁ ଶୋଭାଙ୍କ ଅପେକ୍ଷା ନାଗା ବହୁତ ଧନୀ। ଉଭୟଙ୍କ ମୋଟ ସମ୍ପତ୍ତି ହେଉଛି ୧୬୪ କୋଟି ଟଙ୍କା।
ଶୋଭିତା ୨୦୧୬ରେ ଅନୁରାଗ କାଶ୍ୟପଙ୍କ ‘ରମଣ ରାଘବ ୨.୦’ ସହିତ ବଲିଉଡ ଜଗତରେ ପ୍ରବେଶ କରିଥିଲେ। କିନ୍ତୁ ଆମାଜନ ପ୍ରାଇମ ଭିଡିଓର ୱେବ ସିରିଜ ‘ମେଡ ଇନ ହିଭେନ୍‌’ରୁ ସେ ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟି ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share