ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତି…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।

ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ବର୍ତ୍ତମାନ ସଲମାନ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍‌ ବସ୍‌ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍‌ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।

ସଲମାନଙ୍କ ବାର୍ଷିକ ରୋଜଗାର ହେଉଛି ୨୦୦ କୋଟି ଟଙ୍କା । ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ୨୮୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ରାଣ୍ଡକୁ ସମର୍ଥନ କରନ୍ତି, ତେବେ ସେ କେବଳ ଗୋଟିଏ ପୋଷ୍ଟ ଶେୟାର କରିବା ପାଇଁ ୫୦ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି।

ସଲମାନଙ୍କ ‘ଗାଲାକ୍ସି’ ଆପାର୍ଟମେଣ୍ଟର ମୂଲ୍ୟ ୧୧୪ କୋଟି ଟଙ୍କା। ପାନଭେଲରେ ତାଙ୍କର ଏକ ଫାର୍ମହାଉସ ଅଛି ଯାହାର ମୂଲ୍ୟ ୯୪ କୋଟି ଟଙ୍କା। ଏହା ବ୍ୟତୀତ ଚିମ୍ବାଇ ରୋଡ୍‌ରେ ତାଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ୧୭ କୋଟି ଟଙ୍କା। ଗୋରାଇ ବେଳାଭୂମିରେ ୩୫ କୋଟି ମୂଲ୍ୟର ଏକ ଘର ଅଛି। ଏଥି ସହିତ ମୁମ୍ବାଇ ଏବଂ ଦୁବାଇରେ ତାଙ୍କର ଆଉ ତିନୋଟି ଜାଗା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

‘ଭୁଲ୍‌ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର

ମୁମ୍ବାଇ: ସମ୍ପ୍ରତି ହିନ୍ଦୀ ସିନେମାର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅନ୍ୟତମ। କାର୍ତ୍ତିକ ତାଙ୍କର ଅଭିନୟ ଓ ଲୁକ୍‌ ମାଧ୍ୟମରେ ବହୁ ପ୍ରଶଂସକ...

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଜୟପୁର, ୨୪।୯: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri