ନୂଆଦିଲ୍ଲୀ,୯।୯: ଆପଣଙ୍କ ପାଖରେ ଏଯାଏ ଅଛି କି ୨୦୦୦ ଟଙ୍କିଆ ନୋଟ୍। ଯଦି ହଁ ତେବେ ତୁରନ୍ତ ଏହାକୁ ବ୍ୟାଙ୍କରେ ଯାଇ ବଦଳାଇ ନିଅନ୍ତୁ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଘୋଷଣାନୁଯାୟୀ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ଅନ୍ତିମ ତାରିଖ ସେପ୍ଟେମ୍ବର ୩୦। ଏଣୁ ଯେତେ ଜଲଦି ସମ୍ଭବ ଏହାକୁ ବ୍ୟାଙ୍କରେ ଜମା କରିନିଅନ୍ତୁ। ଏହାଛଡ଼ା ନୋଟ୍ ଦଳାଇବା ଲାଗି ବ୍ୟାଙ୍କ ଯାଉଥିଲେ ଏହି କଥା ଧ୍ୟାନରେ ରଖନ୍ତୁ।
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଲାଗି ପାଖରେ ଏକ ବୈଧ ଆଇଡି ପ୍ରମାଣପତ୍ର ରଖନ୍ତୁ, ଯେଉଁଥିରେ ଆଧାରକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ପାସପୋର୍ଟ, ପ୍ୟାନ୍ କାର୍ଡ ଅଥବା ଅନ୍ୟ ଆଇଡି କାର୍ଡ ଇତ୍ୟାଦି ହୋଇପାରେ। ଏହାର ଏକ ଫଟୋକପି ନିଜ ପାଖରେ ରଖନ୍ତୁ।