Advertisement

ଜାଣନ୍ତୁ ପତ୍ରରୁ କେମିତି ଦେଖାଜିବେ ସୁନ୍ଦରୀ

ମହିଳାମାନେ ସୁନ୍ଦର ଦେଖାଯିବାକୁ ସବୁବେଳେ ଚାହାନ୍ତି। ଏଥିପାଇଁ ସେମାନେ ମାର୍କେଟରୁ କେତେ ପ୍ରକାର କେମିକାଲ ପ୍ରଡକ୍ଟ ଆଣିଥାନ୍ତି ଏବଂ ତାକୁ ବ୍ୟବହାର କରିଥାନ୍ତି। ଫଳରେ ତ୍ୱଚା ସୁନ୍ଦର ଏବଂ ଚମକଦାର ଦେଖାଯିବ। ବେଳେ ବେଳେ ଏମିତି ହୋଇଥାଏ ଏହି ପ୍ରଡକ୍ଟର କୌଣସି ବି ଖାସ୍‌ ପ୍ରଭାବ ଦେଖିବାକୁ ମିଳି ନ ଥାଏ। ଓଲଟା ଏଥିରେ ଥିବା କେମିକାଲ ତ୍ୱଚାର କ୍ଷତି କରିଥାଏ। ଆଜି ଆପଣଙ୍କୁ ପ୍ରାକୃତିକ ଉପାୟରେ କିପରି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…

ନିମ୍ବପତ୍ର
ତ୍ୱଚାରେ ଚମକ ଆଣିବା ପାଇଁ ନିମ୍ବପତ୍ର ଏକ ପ୍ରାକୃତିକ ଉପଚାରର ଏକ ଅନ୍ୟତମ ମାଧ୍ୟମ। ଏହା ତ୍ୱଚାଜନିତ କେତେକ ସମସ୍ୟା ଦୂରକରିଥାଏ। ଯଦି ଆପଣ ଏହାକୁ ନିଜ ସ୍କିନ୍‌ କେୟାରରେ ସାମିଲ କରିନିଅନ୍ତି ତେବେ ମୁହଁରେ ଚିହ୍ନ ,ଦାଗ,ବ୍ରଣ ଭଳି ସମସ୍ୟା ମୂଳରୁ ସଫା ହୋଇଯିବ।
ତୁଳସୀପତ୍ର
ତୁଳସୀପତ୍ର କୌଣସି ସ୍କିନ୍‌ ସମସ୍ୟା ହେବାକୁ ଦିଏ ନାହିଁ। ଆପଣ ଏହାକୁ ସ୍କିନ୍‌ କେୟାର ଲାଗି ବ୍ୟବହାର କରିପାରିବେ। ତୁଳସୀର ପତ୍ରରେ ଔଷଧୀୟ ଗୁଣ ଥିବା କାରଣରୁ ଏହା ବରଦାନଠୁ ବି କମ୍‌ ନୁହେଁ।
ଗୋଲାପ ପତ୍ର
ଗୋଲାପ ପତ୍ର ତ୍ୱଚା ଲାଗି ବହୁତ ଲାଭକାରୀ । ଏହାର ବ୍ୟବହାର ତ୍ୱଚାକୁ ସପ୍ଟ ଏବଂ ଚମକଦାର କରିଥାଏ। ଏହା ବ୍ୟତୀତ ମୁହଁର ହଜିଯାଇଥିବା ରଙ୍ଗ ଫେରିପାଇବେ। ଯଦି ଆପଣ ଅଧିକ ଦିନରୁ ତ୍ୱଚାଜନିତ ସମସ୍ୟାକୁ ନେଇ ଯଦି ଚିନ୍ତିତ ତେବେ ଗୋଲାପ ପତ୍ର ସ୍କିନ୍‌ କେୟାରରେ ସାମିଲ କରିପାରିବେ।
ପୁଦିନା ପତ୍ର
ପୁଦିନା ପତ୍ର ଔଷଧୀୟ ଗୁଣରେ ଭରପୂର। ଏହା ମନ୍‌ସୁନ୍‌ ସମୟରେ ତ୍ୱଚା ଲାଗି ବହୁତ ଲାଭକାରୀ ହୋଇଥାଏ। ଯଦି ତ୍ୱଚାରେ ଫୁସି ଏବଂ ବ୍ରଣ ସମସ୍ୟା ଥାଏ ତେବେ ଏହା ସବୁ ସମସ୍ୟାରୁ ରକ୍ଷା କରିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel