ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ ଏଭଳି ଲୋକଙ୍କୁ ଜୀବନରେ ଭେଟିଥାନ୍ତି, ଯିଏ ସମୟ ମିଳିବାମାତ୍ରେ ଅପମାନିତ କରିଥାନ୍ତି। ତେବେ ଏହି ଲୋକମାନଙ୍କ ସହ ମୁକାବିଲା କରିହେବ। କିଭଳି ସେମାନଙ୍କୁ ହ୍ୟାଣ୍ଡେଲ କରିବେ ସେ ବିଷୟରେ ଚାଣକ୍ୟ କୁହନ୍ତି:

-ଯଦି କେହି ତୁମକୁ ଖରାପ କହୁଛି ତେବେ ତାକୁ ଜବାବ ଦିଅନାହିଁ। ବରଂ ତାଙ୍କଠାରୁ ନିଜର ଖରାପଗୁଣ ବିଷୟରେ ଭଲଭାବେ ପଚାରି ବୁଝିବା ଉଚିତ। ଯଦି ସେ ତାହା କୁହନ୍ତି ତେବେ ସେହି ଖରାପଗୁଣକୁ ଦୂର କରିବାର ଉପାୟ ବିଷୟରେ ମଧ୍ୟ ପଚାରିବା ଉଚିତ। ସେ ଉପାୟ କହିବାର ଶୈଳୀରୁ ଅନୁମାନ କରନ୍ତୁ ଯେ ସେ ଆପଣଙ୍କୁ ଅପମାନିତ କରୁଥିଲେ କି ପ୍ରକୃତରେ ଉନ୍ନତ କରିବାକୁ ଚାହୁଁଥିଲେ।

-ରାଗରେ ସାମ୍ନାରେ ଥିବା ବ୍ୟକ୍ତି କିଛି କଥା କହିଦେଲେ। ଯେଉଁଥିରେ ତୁମେ ରାଗିଗଲ ଏବଂ ରାଗରେ ଏଭଳି କିଛି କହିଦେଲ ଯାହାକୁ ନେଇ ତୁମକୁ ପରେ ଅନୁତାପ କରିବାକୁ ପଡ଼ିବ। ଏଣୁ କ୍ରୋଧରେ ଉତ୍ତର ଦିଅ ନାହିଁ, ମନକୁ ଶାନ୍ତ ରଖ ଏବଂ ବୁଦ୍ଧିମାନ ଭାବେ କାମ କରନ।

-ଯଦି କେହି ତୁମକୁ ଅପମାନିତ କରିବା ଲାଗି ତୁମ ଭିତରେ ଥିବା ଅଭାବୀପଣ ଏବଂ ଖରାପଗୁଣ ବିଷୟରେ କହି ବୁଲିଥାଏ। ତେବେ ସେହି ବ୍ୟକ୍ତିଙ୍କ ବିଷୟରେ ଭଲ କହି, ତାଙ୍କୁ ଉଚ୍ଚ ଦେଖାଇ ତାଙ୍କୁ ତୁମେ ଅପମାନିତ କରିପାରିବ।

-କେହି ଅପମାନିତ କରୁଥିବା ବେଳେ ତାଙ୍କ ପରିବାରକୁ କେବେ ଦୁର୍ବବ୍ୟବହାର କରନ୍ତୁ ନାହିଁ। ବରଂ ସେହି ସମୟରେ ରାଗକୁ ଶାନ୍ତ ରଖନ୍ତୁ ଏବଂ ବେଶ ସଂଯମତାର ସହ କାର୍ଯ୍ୟ କରନ୍ତୁ। ବୁଝି ବିଚାରି ପରେ ଭଲ ଭାବେ ଜବାବ ରଖନ୍ତୁ।

-ଖରାପ କହି ଭଲ କହିବା ଶିଖନ୍ତୁ। ଯେଭଳି ଆପଣ ଅନ୍ୟମାନଙ୍କ ଭୁଲ ବାହାର କରି ତାକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି, ସେଭଳି ଯଦି ଆପଣ ନିଜକୁ ଉନ୍ନତ କରିବାର ଚେଷ୍ଟା କରନ୍ତି ତେବେ ସଫଳ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri