Categories: ଫୁରସତ

ଜାଣନ୍ତି କେମିତି ତିଆରି ହୁଏ ପାଣିଟାଙ୍କି, ଭାଇରାଲ ହେଉଛି କାରଖାନାର ଭିଡିଓ

ଜଳକୁ ସଂରକ୍ଷଣ କରିବା ପାଇଁ ଘରର ଛାତ ଉପରେ ପ୍ଲାଷ୍ଟିକ୍‌ ପାଣିଟାଙ୍କି ରଖାଯାଉଥିବା ଦେଖିଥିବେ। ମାତ୍ର କେବେ କେବେ ଚିନ୍ତା କରିଛନ୍ତି କି ଏହି ଟାଙ୍କି କିପରି ତିଆରି ହୁଏ? ଓ୍ବାଟର ଟ୍ୟାଙ୍କ କାରଖାନାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ପ୍ରକୃତରେ ଏହା କିପରି ତିଆରି ହୁଏ ଦେଖିଲେ ଆଶ୍ଚର୍ଯ୍ୟ ହେବେ।

 

aapna_su_technology ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ତରଳା ଯାଇଥିବା ପ୍ଲାଷ୍ଟିକ ଲୁହା ଛାଞ୍ଚରେ ରଖାଯାଇଥିଲା। ଏହା ପରେ ଏହାକୁ ଘୂରାଇ ନିଆଁରେ ରଖାଗଲା। ଫଳରେ ଭିତରେ ଥିବା ତରଳା ପ୍ଲାଷ୍ଟିକ ଛାଞ୍ଚର ଚାରିଆଡ଼େ ଖେଳେଇ ଗଲା। ଏହା ପରେ ପ୍ଲାଷ୍ଟିକ ସେଟ୍‌ ହେବା ପାଇଁ ଉପରେ ପାଣି ସିଞ୍ଚନ କରାଗଲା। ଶେଷରେ ଯେତେବେଳେ ଖୋଲା ହେଲା ଭିତରେ ଥିବା ପ୍ଲାଷ୍ଟିକ ଟାଙ୍କି ପ୍ରସ୍ତୁତ ହୋଇଗଲା।

ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ଜାଣି ନ ଥିଲେ ଯେ, ଏହିପରି ପାଣି ଟାଙ୍କି ତିଆରି ହୁଏ ବୋଲି। ଅନେକ ଲୋକ ଏହି କୌଶଳକୁ ମଜା ବୋଲି କହିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ଜାଣି ନ ଥିଲେ ପ୍ରକୃତରେ ଏମିତି ପାଣିଟାଙ୍କି ତିଆରି ହୁଏ। ଅନେକ ଏହାକୁ ଏକ ମନ୍ଥର ପ୍ରକ୍ରିୟା ବୋଲି କହିଥିବା ବେଳେ ଅନେକ ୟୁଜର ଏହାକୁ ନକଲି ଆଉ କିଛି ୟୁଜର ବହୁତ ସୁନ୍ଦର ବୋଲି କହିଛନ୍ତି।

Share