ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ ତାଙ୍କ ଭାଇ ଅଜିତାଭ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲାଇମ୍‌ଲାଇଟ୍‌ରୁ ଦୂରରେ ରହୁଥିବାରୁ ଅଜିତାଭ ଏବଂ ତାଙ୍କ ପରିବାରକୁ ଖୁବ୍‌ କମ୍‌ ଲୋକେ ଜାଣନ୍ତି। ମାତ୍ର ଅମିତାଭ ଆଜି ଯେଉଁ ସୋପାନରେ ପହଞ୍ଚିଛନ୍ତି ତା ପଛରେ ସାନ ଭାଇ ଅଜିତାଭଙ୍କ ବଡ଼ ହାତ ରହିଛି ବୋଲି କୁହାଯାଏ।

ଅମିତାଭଙ୍କଠାରୁ ଅଜିତାଭ ୫ ବର୍ଷ ସାନ। ସେ ନୈନିତାଲ ଶେରବୁଡ୍‌ କଲେଜରୁ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଛନ୍ତି। ଅମିତାଭ ଛୋଟ ଚାକିରି କରି ନିରାଶ ହେବା ପରେ ଫିଲ୍ମରେ କାମ କରିବାକୁ ଆସିଥିଲେ। ଅପରପକ୍ଷେ ଅଜିତାଭ ବ୍ୟବସାୟରେ ମନ ବଳାଇଥିଲେ। ସେ ୧୫ ବର୍ଷ ଧରି ଲଣ୍ଡନରେ ରହି ବ୍ୟବସାୟକୁ ବଢ଼ାଇଥିଲେ। ସ୍ତ୍ରୀ ରମୋଲା ମଧ୍ୟ ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରିଥିଲେ।

୨୦୦୭ରେ ଅଜିତାଭ ସ୍ତ୍ରୀ ରମୋଲାଙ୍କ ସହ ଭାରତ ଚାଲିଆସିଥିଲେ। ତାଙ୍କର ୪ଜଣ ସନ୍ତାନ(ଗୋଟିଏ ପୁଅ, ତିନୋଟି ଝିଅ) ଅଛନ୍ତି। ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ହେତୁ ଅମିତାଭଙ୍କ ପରିବାର ସହ ଭେଟ ହୋଇପାରେ ନାହିଁ। ହେଲେ ଯେତେବେଳେ ସେମାନେ ଏକାଠି ହୁଅନ୍ତି ଭଲ ସମୟ ବିତାନ୍ତି।

Share