Posted inଫୁରସତ

ସର୍ଜନାର ସୁବାସ ଓ ସ୍ନିଗ୍ଧତା ଡକ୍ଟର ତୁଳସୀ ଓଝା

ନାଟକ, କବିତା, ଅଭିନୟ, ସଙ୍ଗୀତ, ଗଳ୍ପ, ଗବେଷଣା ସବୁଦିଗରେ ହାତ ଚଳେଇ ସେ ପ୍ରମାଣ କରିଛନ୍ତି କେତେବେଶି ଧୂରୀଣ ହୋଇପାରେ ଜଣେ ସ୍ରଷ୍ଟା ଯଦି ସର୍ଜନାରେ ଆଗ୍ରହ, ଅନୁରାଗ ଓ ନିଷ୍ଠା ରଖିଥାଏ। ତେସ୍ତରି ବର୍ଷ ବୟସରେ ମୃତ୍ୟୁ ସହ ଲଢ଼େଇ କରି ଆସିଥିବା ଏହି ଭଗ୍ନ ସ୍ବାସ୍ଥ୍ୟର ମଣିଷଟିକୁ ଦେଖିଲେ, ଶୁଣିଲେ ଜାଣିହେବ ନାହିଁ ଯେ, ତାଙ୍କୁ କାଳର କୌଣସି କରାଳ ଲକ୍ଷଣ ଛୁଇଁପାରିଛି । ଅସାଧାରଣ ସ୍ମରଣଶକ୍ତି, ଆମୋଦବୋଧ, ପ୍ରତ୍ୟୁତ୍ପନ୍ନମତିତା ସବୁ ସେମିତି ଅଛି ସହଜ ଓ ସ୍ବାଭାବିକ ହୋଇ ।

ନାଟକ ସହ ଜଡିତ ତୁଳସୀ ଓଝା କୋଡ଼ିଏ ନାଟକରେ ଅଭିନୟ କରିବା ସହ ପନ୍ଦରଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଷୋଳ ବର୍ଷ କାଳ ନବନାଟ୍ୟ ଆନ୍ଦୋଳନ ସହ ଜଡିତ ରହି ବିଭିନ୍ନ ପୁରସ୍କାର, ସମ୍ମାନ ଓ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି। ବେତାର ଓ ଦୂରଦର୍ଶନ ତାଙ୍କ ସଂଯୋଜନା କଳା ଓ ନାଟ୍ୟ ପ୍ରତିଭାର ମୂକସାକ୍ଷୀ। ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଧାରା ବିବରଣୀ ପ୍ରଦାନ ମାଧ୍ୟମରେ ସେ ଉକୁଟାଇପାରନ୍ତି ଜଗନ୍ନାଥ ସଂସ୍କୃତିକୁ ନେଇ ତାଙ୍କର ପାଣ୍ଡିତ୍ୟ ଓ ଅନୁରାଗ। ଅପର୍ଯ୍ୟାପ୍ତ ପୁସ୍ତକ ରଚନା କରି ସେ ଓଡ଼ିଆ ସାହିତ୍ୟର ସାରସ୍ବତ ସମ୍ପଦର ଅଭିବୃଦ୍ଧି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ‘ନାଟକରେ ମଧ୍ୟାନ୍ତର ନାହିଁ’, ‘ନାଟ ମଣ୍ଡପରେ କେହି ନାହାନ୍ତି’, ‘ସ୍ବର’, ‘ଅପରାହ୍ନର ଖରା’, ‘ଆମର ନେତା’, ‘ବିନାଶ କାଳେ’, ‘ଆକାଂକ୍ଷିତ ଜହ୍ନ ଓ ପ୍ରତୀକ୍ଷିତ ବସନ୍ତର ଜ୍ବାଳା’, ‘ଗଳ୍ପ ସଂକଳନରେ ସ୍ବପ୍ନ କଢ’, ‘ଅସ୍ତି ଭାଗୀରଥି ତୀରେ’, ‘ବରଫ ଦୁର୍ଗର ନକ୍ସା’, ‘ଅନ୍ଧକାରେ ଅଦିତି’, ‘ଅପ୍ସରା-୨୦୧୩’, ‘ଅଝଟ ଝଡ଼’ ଏବଂ ଗବେଷଣାତ୍ମକ ନିବନ୍ଧରେ ‘ଓଡ଼ିଆ ନାଟକର ଚରିତ୍ର’, ‘ଉତ୍କଳୀୟ ଲୋକ ସଂସ୍କୃତି ଓ ଶ୍ରୀଜଗନ୍ନାଥ’, ‘ଓଡ଼ିଆ ଗୀତି କବିତାର ଆଧୁନିକ ପର୍ବ’ର ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ, ‘ଉତ୍କଳୀୟ ଭାସ୍କର୍ଯ୍ୟ କଳାକୃତି’, ‘ଅନୁବାଦରେ ସ୍ବାମୀ ସ୍ତ୍ରୀ’, ‘ସଫେଦ ପୃଷ୍ଠା’। ପ୍ରବନ୍ଧ ସଂକଳନରେ ‘ଅନ୍ବେଷାର ଅନ୍ୟ ନାମ’, ‘ବ୍ରହ୍ମଦାରୁରୁ ଦୁର୍ବାଦଳ’, ‘ତତ୍ତ୍ୱ ଓ ତଥ୍ୟରେ ଶ୍ରୀଜଗନ୍ନାଥ’, ‘ଭକ୍ତକବି ସାଲବେଗ’, ‘ରକ୍ତ ସଂହିତା’, ‘ଶ୍ରୀଜଗନ୍ନାଥ ଓ ତାଙ୍କର ଅନନ୍ୟ ଭକ୍ତ’। କବିତା ସଂକଳନରେ ‘କାହା ପରି କେହି ଜଣେ’, ‘ମେନକାର ମନ’ ଭଳି ପୁସ୍ତକରାଜି ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି। ଅଗ୍ରଣୀ ପତ୍ରପତ୍ରିକାମାନଙ୍କରେ ତାଙ୍କର ଶତାଧିକ ଗବେଷଣାଧର୍ମୀ ଆଲେଖ୍ୟ ପ୍ରକାଶିତ । ତନ୍ମଧ୍ୟରୁ କିଛି ସଂକଳିତ ହୋଇ ପୁସ୍ତକ ଆକାରରେ ପ୍ରକାଶିତ ଓ ଆହୁରି ଅନେକ ଆଲେଖ୍ୟ ସଂକଳିତ ହୋଇ ପୁସ୍ତକ ହେବା ଅପେକ୍ଷାରେ। ଜାତୀୟ ସ୍ତରରେ ବିଶ୍ୱ ବିଦ୍ୟାଳୟ ଆୟୋଗର ସହାୟତାରେ ସେ ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରି ନିଜର କାର୍ଯ୍ୟଦକ୍ଷତା ପ୍ରମାଣିତ କରିଛନ୍ତି । ତାଙ୍କ ପ୍ରତିଭା ଓ ସାଧନା ପାଇଁ ତାଙ୍କୁ ମିଳିଛି ଅପର୍ଯ୍ୟାପ୍ତ ସମ୍ମାନ ଓ ସ୍ବୀକୃତି । ବିଭିନ୍ନ ବର୍ଷରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ, ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ, ଶ୍ରେଷ୍ଠ କାହାଣୀକାର ସମ୍ମାନ, ଅନ୍ତର୍ଜାତୀୟ ସତ୍ୟଚେତନା ପୁରସ୍କାର, ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ରୋଟାରୀ କ୍ଲବ ତରଫରୁ ପୁରସ୍କାର, ସୁଲେଖା ସାହିତ୍ୟ ସମ୍ମାନ, ଅନ୍ବେଷିତା ସମ୍ମାନ, ନାଟ୍ୟଭୂଷଣ ପୁରସ୍କାର, ଗୁରୁ ଗୌରବ ସମ୍ମାନ, ଭରଦ୍ବାଜ ସାହିତ୍ୟ ସମାଲୋଚନା ସମ୍ମାନ, ସାଧୁସେବା ପ୍ରତିଭା ସମ୍ମାନ, ପ୍ରଜ୍ଞାରତ୍ନ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ପଞ୍ଚମ ବେଦ ସମ୍ମାନ, ଅର୍କପ୍ରଜ୍ଞା ସମ୍ମାନ, ବିଜୟକୃଷ୍ଣ ସ୍ମୃତି ସମ୍ମାନ ଭଳି ଅନେକ ମାନସମ୍ମାନ ଅର୍ଜନ କରିଥିବା ତୁଳସୀ ଓଝା ଆକ୍ଷରିକ ଭାବରେ ତୁଳସୀ ଭଳି ମହକ ପରିବ୍ୟାପ୍ତ କରୁଥିବା ସତ୍ତା, ଯିଏ ସର୍ଜନାର ସବୁକ୍ଷେତ୍ରରେ ସଭିଙ୍କର ଅତ୍ୟନ୍ତ ପ୍ରିୟ ।

ପ୍ରକୃତି ତାଙ୍କ ପ୍ରେରଣାର ଉତ୍ସ ବୋଲି ସେ କୁହନ୍ତି । ମନୁଷ୍ୟଠାରୁ କୋଇଲି, ହଳଦୀବସନ୍ତ, ଶୁଆଶାରୀମାନଙ୍କ ଭିଡ଼ ଭିତରେ ସେ ବଡ଼ ହୋଇଛନ୍ତି। ସେମାନେ ତାଙ୍କ ସର୍ଜନ ଦୁନିଆର ପ୍ରେରଣା । କାର୍ତ୍ତିକରେ ପ୍ରଥମ କାକର ପଡିଲେ ଧାନ ଗହିରର ହିଡ଼ ଉପରେ ପଡିଥିବା କାକରରେ ପାଦଚିହ୍ନ ଆଙ୍କିବାର ଯେଉଁ ଆନନ୍ଦ ମିଳେ ତାହା ତାଙ୍କ ପ୍ରେରଣା। ଧାନଫୁଲର ବାସ୍ନା, ଚିହ୍ନାଅଚିହ୍ନା ପକ୍ଷୀଙ୍କ କାକଳି, ଶହ ଶହ ସଂଖ୍ୟାରେ ଏକାଠି ହୋଇ ପୋଖରୀରେ ମାଛ ପହରୁଥିବାର ଦୃଶ୍ୟ ତାଙ୍କୁ ଭାବୁକ କରେ, ପ୍ରେରିତ କରେ। ଅଧ୍ୟାପନା ବୃତ୍ତି ଓ ସାହିତି୍ୟକ ଜୀବନ ସହ ପରିବାରର ଦାୟିତ୍ୱ, ତା’ସହ ଆକାଶବାଣୀର ସଞ୍ଚାଳନା ଓ ଅଭିନୟ ଭଳି କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟସାଧ୍ୟ ମନେହେଉଥିଲେ ହେଁ ତୁଳସୀ ଓଝା ଈର୍ଷଣୀୟ ଭାବରେ ରଖିପାରୁଥିଲେ। ତାଙ୍କୁ ଅକୁଣ୍ଠ ସହଯୋଗ କରୁଥିଲେ, ଆଜି ବି କରନ୍ତି ତାଙ୍କ ଜୀବନସାଥୀ ପ୍ରଶାନ୍ତ କୁମାର ମହାନ୍ତି । ତେଲୁଗୁ ସାହିତ୍ୟ ପଢି ବୁଝେଇବା, କ୍ୟାମେରାରେ ଗବେଷକ ସ୍ତ୍ରୀଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କୋଣରୁ ଫଟୋ ଉଠେଇ ସଜାଡି ରଖିବା, ଲେଖାପଢ଼ା କରୁଥିଲେ ଆଦୌ ବିବ୍ରତ ନ କରାଇ ଘରକାମ ନିଜେ କରେଇନେବାରେ ପ୍ରଶାନ୍ତଙ୍କ ଖୁସି ନିହିତ ଥାଏ। ସୃଜନ କ୍ଷେତ୍ରରେ ସ୍ବାମୀ ଓ ସ୍ତ୍ରୀ ପରସ୍ପରର ଭଲ ବନ୍ଧୁ ହୋଇପାରିଲେ ସ୍ବର୍ଗ ସମାନ ହୋଇଯାଏ ପରିବାର ବୋଲି ସେ କୁହନ୍ତି । ସେଭଳି ଏକ ସ୍ବର୍ଗର ସେ ଅଧିବାସୀ ବୋଲି ସେ ନିଜ ପତି ପ୍ରଶାନ୍ତଙ୍କୁ ଶ୍ରେୟ ଦିଅନ୍ତି ।

ପ୍ରତ୍ନତାତ୍ତ୍ୱିକ ତଥ୍ୟ ସଂଗ୍ରହ ଏବଂ ତାକୁ ନେଇ ଯେଉଁ କାର୍ଯ୍ୟାନୁଭୂତି ଆହରଣ କରିଛନ୍ତି ତୁଳସୀ ଓଝା ସେସବୁ ବିରାଟ କାହାଣୀର କଥା କହେ। ‘ଏମିତି ଅଧ୍ୟୟନ ପାଇଁ ଆଗ୍ରହ କେମିତି’ର କାହାଣୀ ବି ରୋଚକ। ତୁଳସୀ ଓଝାଙ୍କ ପୂର୍ବପୁରୁଷମାନେ କୋଣାର୍କ, ଭୁବନେଶ୍ୱର ଆଦି ମନ୍ଦିର ଗଢିଥିଲେ । ଘରେ ସେହି ସମ୍ପର୍କିତ ବହୁତ ପୋଥି ପୁରାଣ ଥିଲା ତାଙ୍କର । ନଦୀୟା ନବଦ୍ବୀପରେ ମଠ, ମନ୍ଦିର ତିଆରି କରିଥିଲେ ତାଙ୍କ ବଡବାପା । ପିଲାଦିନେ ସେସବୁ ଦେଖିଥିଲେ ହେଁ ସେ ଭିତରେ ପଶିବାର ଯୋଗ୍ୟତା ତାଙ୍କର ନ ଥିଲା । ଥରେ ବାଙ୍ଗାଲୁରୁରେ ରହିବା ଭିତରେ ଓଡ଼ିଶାର ମନ୍ଦିର କଳା ଉପରେ କେତେ ଖଣ୍ଡ ଇଂରାଜୀରେ ଲେଖାଥିବା ବହି ସେଠାକାର ଲାଇବ୍ରେରୀରେ ଦେଖି ସେହିଭଳି ବହି ଓଡ଼ିଶାରେ ନ ଥିବାର ଚିନ୍ତା କରି ତୁଳସୀ ଘରେ ଯାହାସବୁ ପୋଥିପତ୍ର ଥିଲା ସେସବୁକୁ ପଢି ଆରମ୍ଭ କରିଥିଲେ ଗବେଷଣାର ଲେଖା । ଭାସ୍କର୍ଯ୍ୟ କଳା ଉପରେ ଯେତେ ସବୁ ବହି ଲେଖାଯାଇଛି ତାକୁ ଖୋଜି ଖୋଜି ଆଣି ପଢ଼ିଲେ । ପୂର୍ବରୁ ପଟ୍ଟଚିତ୍ର ଉପରେ ବହି ଲେଖିଥିବାରୁ ତାଙ୍କୁ ବେଶି କଷ୍ଟ ହେଲାନି । ପାଞ୍ଚ ବର୍ଷ କେବଳ ପଢ଼ିଲେ । ତିନି ବର୍ଷ ସ୍ବାମୀଙ୍କ ସହ ବୁଲି ବୁଲି ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ । ଏକନିଷ୍ଠ ଆଗ୍ରହ ଓ ଅଧ୍ୟୟନ ତାଙ୍କୁ ଉତ୍କଳୀୟ ଭାସ୍କର୍ଯ୍ୟ କଳା ଉପରେ ବହି ଲେଖିବାକୁ ସାମର୍ଥ୍ୟ ଦେଲା ବୋଲି ସେ କୁହନ୍ତି। ଅକ୍ଷୟ ମହାନ୍ତି, ହେମନ୍ତ ଦାସ, ସାମୁଏଲ ସାହୁଙ୍କ ଭଳି ବିଶିଷ୍ଟ କଳାକାରଙ୍କ ଆଦରର ତୁଳସୀ ଥିଲେ ସେ । ସାଙ୍ଗସାଥୀମାନେ ତାଙ୍କୁ ସେ ଅଭିନୟ କରିଥିବା ଲୋକପ୍ରିୟ ନାଟକର ଚରିତ୍ର ନାଁରେ ଡାକନ୍ତି । ନିପୁଣ ଥିଲେ ଅଭିନୟ, ସଂଯୋଜନା ଓ ସଞ୍ଚାଳନାରେ। ଆଖି, କାନ ଓ ମନ ଖୋଲା ରଖୁଥିଲେ, ଆଜି ବି ରଖିଛନ୍ତି ଶିଖିବାକୁ, ଜାଣିବାକୁ ନୂଆ କିଛି କରି ଦେଖେଇବାକୁ । କେବଳ ସଫଳ ନୁହେଁ ଅଧିକନ୍ତୁ ପରିପୂର୍ଣ୍ଣ ଅଟନ୍ତି ସେ । ସତସତିକା ତୁଳସୀ ଥିଲେ ସେ, ଆରମ୍ଭରୁ ଦୁଇପତ୍ରରୁ ମହମହ ବାସୁଥିଲେ ।
ଗହଳିଠାରୁ ଦୂରରେ ଥାଇ ଏବେ ବି ଡକ୍ଟର ତୁଳସୀ ଓଝା ତାଙ୍କର ସାହିତ୍ୟ ସାଧନା ଜାରି ରଖିଛନ୍ତି । ଜଗନ୍ନାଥଙ୍କ ପ୍ରତି ଅନୁରକ୍ତ ହୋଇ ଉତ୍ତର ବୟସ ଅତିବାହିତ କଲାବେଳେ ଏବେ ବି ସେ ଭୁଲି ନାହାନ୍ତି ତାଙ୍କର ସାହିତ୍ୟ ଅନୁରାଗୀ ବନ୍ଧୁମାନଙ୍କୁ ।

-ମାନମୟୀ ରଥ
ସେଣ୍ଟଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି।...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

ମୁଣ୍ଡକୁ ଚଢ଼ିଗଲା ରାଗ: ସ୍ବାମୀଙ୍କୁ ଛାତରୁ ଠେଲିଦେଲେ ସ୍ତ୍ରୀ, ଭିଡିଓ ଦେଖିଲେ କହିବେ…

ଆଜିକାଲି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେଲେ ସାରା ଦୁନିଆ ଜାଣୁଛି ବା ଦେଖୁଛି। ଦିନ ଥିଲା ଏହି ଘଟଣା ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିଲା।...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image