ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍ ବୋଲ୍ଡ ଏବଂ ଷ୍ଟାଇଲିସ୍। ଆମେ କଥା ହେଉଛୁ ଷ୍ଟାର ପ୍ଲସ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଇମଲୀ’ରେ ନଜର ଆସୁଥିବା ମିଠି ଓରଫ କିରଣ ଖୋଜେ। ନାୟିକା ଇମଲି(ସୁମ୍ବୁଲ ତୌକିର)ଙ୍କ ମା’ ଭୂମିକାରେ ନଜର ଆସନ୍ତି ସେ।
ସାଧାସିଧା ଶାଢ଼ୀ ପିନ୍ଧି ନିଜର ଚରିତ୍ରକୁ ବେଶ୍ ଭଲ ଭାବେ ଦର୍ଶାଉଥିବା କିରଣ ପ୍ରକୃତ ଜୀବନରେ ଷ୍ଟାଇଲିସ୍। ସେ ଦିଲ୍ଲୀର ହୋଇଥିବା ବେଳେ ବମ୍ବେରେ ରହି ପାଠପଢ଼ା ପୂରଣ କରିଛନ୍ତି। ସେ ମରାଠୀ ଏବଂ ହିନ୍ଦୀ ଫିଲ୍ମରେ କାମ ମଧ୍ୟ କରିଛନ୍ତି। ଏପରିକି ମରାଠୀ ଫିଲ୍ମଜଗତରେ ସେ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ। ହ୍ରିତିକ୍ଙ୍କ ଫିଲ୍ମ ‘ସୁପର-୩୦’ରେ ସେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ତେବେ ସେ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରୁ ନିଜ ଅଭିନୟ ଶିକ୍ଷା ଶେଷ କରିଛନ୍ତି। ଏବେ ସେ ଛୋଟପରଦାରେ ମା’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କର ପ୍ରଶଂସା କରାଯାଉଛି। ଛୋଟ ଦୃଶ୍ୟକୁ ସେ ବେଶ୍ ରୋମାଞ୍ଚକର କରିଦିଅନ୍ତି ବୋଲି ପ୍ରଶଂସକ କୁହନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ନିଜର ଫଟୋ ଏବଂ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।
Posted inମନୋରଞ୍ଜନ