ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ ବଲିଉଡ୍‌ର କୁଇନ୍‌ ଭାବେ ପ୍ରତିପାଦିତ କରିଛନ୍ତି। ୨୦୦୫ରେ ମହେଶ ଭଟ୍ଟଙ୍କ ଫିଲ୍ମ ଗ୍ୟାଙ୍ଗଷ୍ଟରରୁ ବଲିଉଡ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଶୁଣାଯାଏ କଙ୍ଗନା ନିଜର ପାଠପଢ଼ା ଅଧାରୁ ବନ୍ଦ କରିଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ଘର ଛାଡ଼ି ଚାଲିଆସିଥିଲେ ସେ। ପରେ ଦିଲ୍ଲୀର ଏଲିଟ୍‌ ମଡେଲିଂ ଏଜେନ୍ସିଂରେ କଙ୍ଗନା ଯୋଗ ଦେଇଥିଲେ। ହେଲେ ତାଙ୍କର ସ୍ବପ୍ନ ଥିଲା ହିରୋଇନ୍‌ ହେବା।
କଙ୍ଗନା ଡିଏଭି ଚଣ୍ଡିଗଡ଼ରୁ ନିଜ ସ୍କୁଲପଢ଼ା ସାରିଛନ୍ତି। ଦ୍ୱାଦଶ ପରଠାରୁ ସେ ଆଉ ପଢ଼ି ନାହାନ୍ତି। ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯଦି ସେ ଅଭିନେତ୍ରୀ ହୋଇ ନ ଥାନ୍ତେ ତେବେ ଜଣେ ଡାକ୍ତର ହୋଇଥାନ୍ତେ।

ମାତ୍ର ୨୨ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ କଙ୍ଗନା ଜଣେ। ୨୦୦୮ ଫ୍ୟାଶନ୍‌ ଫିଲ୍ମ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା। କେବଳ ଯେ ଅଭିନୟ ତାହା ନୁହେଁ ନିଜର ରୋକଠୋକ କଥାକୁ ନେଇ କଙ୍ଗନା ଲୋକପ୍ରିୟ। ସେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ଚର୍ଚ୍ଚାରେ ରହିଆସିଛନ୍ତି।

Share