Posted inଫୁରସତ

ଦୁର୍ଜନଙ୍କ ପାଇଁ ସମାଜ ନଷ୍ଟ ହୁଏ: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା

ପିଲାଟି ଦିନରୁ ପୂଜାର୍ଚ୍ଚନା ଓ ବେଦପାଠ ତାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ସ୍କୁଲ ବୟସରେ ସଂସ୍କୃତ ପଢିବା ସହ ବେଦ, ଉପନିଷଦ ଆଦି ଏକାଧିକ ପୁରାତନଶାସ୍ତ୍ର ପାଠକରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାରେ ବି ଥିଲା ଆଗ୍ରହ। ପରବର୍ତ୍ତୀ ସମୟରେ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟବୋଧ, ଚରିତ୍ର ଗଠନ, ସମାଜ ସଂସ୍କାର, ପ୍ରାକୃତିକ ପରିବେଶର ମହତ୍ତ୍ୱ ଓ ତା’ର ସୁରକ୍ଷା ନିମନ୍ତେ ସାଧନା ଜାରିରଖିଛନ୍ତି। ଏଥିପାଇଁ ତାଙ୍କର ଆଚରଣ, ଉଚ୍ଚାରଣ ଓ କର୍ତ୍ତବ୍ୟରେ ତାଳମେଳ ରହିଥାଏ। ଏକାଧାରରେ ସେ ଜଣେ ଶିକ୍ଷାବିତ୍‌, ବୈଦିକ ପ୍ରଚାରକ, ଲେଖକ, କର୍ମକାଣ୍ଡ ବିଶାରଦ, ବେଦଜ୍ଞ ପଣ୍ଡିତ ତଥା ସମାଜ ମାର୍ଗଦର୍ଶକ। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ଶିକ୍ଷା ଅନୁଷ୍ଠାନରୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। ଜନ୍ମ ୨୨ା୧୦ା୧୯୫୫ରେ । ମାତାଙ୍କ ନାମ ପାଞ୍ଚାଳି ପଣ୍ଡା, ପିତା କାଳିନ୍ଦୀ ପଣ୍ଡା। ତେବେ ବୀରେନ୍ଦ୍ରଙ୍କୁ ପିଲାଟି ଦିନରୁ ତାଙ୍କର ବଡ଼ବାପା ପଞ୍ଚାନନ ପଣ୍ଡା ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଘର ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁରରେ । କିନ୍ତୁ ଏବେ କୁଆଁସରେ ଅବସ୍ଥାନ କରୁଛନ୍ତି। ସେ କୁହନ୍ତି,‘ମା, ବାପାଙ୍କର ଆମେ ୨ପୁଅ ଓ ଗୋଟିଏ ଝିଅ । ମୁଁ ସାନ ପୁଅ। ବାପା ଗାଁରେ ପୁରୋହିତି କାମ କରୁଥିଲେ । ମୋର ପ୍ରାଥମିକ ଶିକ୍ଷା ବିଦ୍ୟାଧରପୁର ପ୍ରାଥମିକ ସ୍କୁଲରେ ଆରମ୍ଭ ହୋଇଥିଲା। ଏହା ପରେ ତିହିଡ଼ିରେ ୭ମ ପଢ଼ାସାରି ଭଦ୍ରକ ଦାମୋଦର ସଂସ୍କୃତ ବିଦ୍ୟାଳୟରେ ୧୯୭୬ରେ ସଂସ୍କୃତରେ ଶାସ୍ତ୍ରୀ ପାସ୍‌ କଲି। ବେଦ ସମ୍ପର୍କରେ ଜାଣିବା ଓ ବେଦ ପଢିବା ନିମନ୍ତେ ୧୯୮୪ରେ ଗୁରୁକୁଳ ବେଦବ୍ୟାସ ପୀଠ ରାଉରକେଲାରେ ପହଞ୍ଚିଥିଲି। ସେଠାରେ ସ୍ବାମୀ ପ୍ରଣବାନନ୍ଦ ସରସ୍ବତୀ ( ଗୁରୁଜୀ)ଙ୍କ ବେଦଶାଳାରେ ବୈଦିକ ଶାସ୍ତ୍ର ଶିକ୍ଷା ଲାଭକଲି। ପରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟଭାବେ କାର୍ଯ୍ୟ ତୁଲାଇଥିଲି। ୧୯୯୯ ବେଳକୁ ଏହି ଶିକ୍ଷାନୁଷ୍ଠାନଟି ଏକ ମହାବିଦ୍ୟାଳୟରେ ପରିଣତ ହେଲା। ସେଠାରେ ଅଧ୍ୟକ୍ଷଭାବେ ଯୋଗଦେଲି। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ପ୍ରାୟ ୩୦ ବର୍ଷଧରି ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଛି। ଦୀର୍ଘ ୪୦ବର୍ଷଧରି ବୈଦିକ ବିଚାର ଉପରେ ଜନସାଧାରଣଙ୍କୁ ଶିକ୍ଷା ପ୍ରଦାନ କରିଆସୁଛି।’ ଏହାଛଡ଼ା ପଣ୍ଡିତ ବୀରେନ୍ଦ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବେଦର ପ୍ରଚାରକାର୍ଯ୍ୟ କରିବାସହ ଆଧ୍ୟାତ୍ମିକ ପତ୍ରିକା ବେଦ ପୀୟୂଷର ପ୍ରାୟ ୩୨ବର୍ଷଧରି ସମ୍ପାଦନା କରିଆସୁଛନ୍ତି। ସେ ରଚନା କରିଥିବା ପୁସ୍ତକ ମଧ୍ୟରେ- ‘ବେଦରେ ଏକଶତ ସିଦ୍ଧାନ୍ତ’, ‘ବୈଦିକ ଧର୍ମ ମୀମାଂସା’, ‘ସ୍ବାର୍ଥରୁ ପରମାର୍ଥ’, ‘ଶ୍ରାଦ୍ଧ ଓ ତର୍ପଣ’, ‘ସଂକ୍ଷିପ୍ତ ମନୁଶ୍ରୁତି’, ‘ସୁଖୀପରିବାର’, ‘ଶ୍ରୁତିବୈଭବ’, ‘ଆଧ୍ୟାତ୍ମିକ ଗଳ୍ପମାଳା’ ଆଦି ପୁସ୍ତକ ରହିଛି।୨୦୧୩ ମସିହାଠାରୁ କେତୋଟି ଘରୋଇ ଟି.ଭି. ଚ୍ୟାନେଲରେ ବିଭିନ୍ନ ସକାରାତ୍ମକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଶାସ୍ତ୍ର ଉପନିଷଦକୁ ଆଧାରକରି ବିଭିନ୍ନ ଘଟଣାର ଅବତାରଣା କରି ଲୋକଙ୍କୁ ସତ୍‌ମାର୍ଗରେ ଯିବା ସହ ନାନାସମସ୍ୟା ସମାଧାନର ବାଟ ବତାଇଥାନ୍ତି। ସେ କୁହନ୍ତି, ‘କେବଳ ନୀତିକଥା ଲୋକଙ୍କ ମନକୁ ଛୁଇଁପାରେନା। ଲୋକଙ୍କୁ ତାଙ୍କରି ଭାଷାରେ କହିଲେ ସେମାନେ ଠିକ୍‌ ବୁଝିପାରିବେ। ବକ୍ତାଟିଏ ଶ୍ରୋତାଙ୍କ ହୃଦୟକୁ ସେତେବେଳେ ଛୁଇଁବ, ଯେତେବେଳେ ପ୍ରୀତିପୂର୍ବକ ବାଣୀ ଶୁଣିବ। କାରଣ ମଣିଷ ସବୁଠାରୁ ଶ୍ରେଷ୍ଠପ୍ରାଣୀ। ମୋର ଉଦ୍ଦେଶ୍ୟ ସମସ୍ତ ମଣିଷ ନିଜନିଜ ଭିତରେ ସ୍ବାର୍ଥକୁ ଭୁଲିଯାଆନ୍ତୁ। ଯେମିତି ପରମାତ୍ମା ସମସ୍ତଙ୍କ ପାଇଁ ସମାନ । ଭଲମଣିଷ ହେବାସହ ପରସ୍ପରକୁ ଭଲ ପାଇଲେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ମୁଁ ବିଶ୍ୱାସ କରେ। ଏଥିପାଇଁ ଇଚ୍ଛାଶକ୍ତି ନିହାତି ଦରକାର। ଯେଉଁ ଦେଶରେ ଅପୂଜ୍ୟମାନେ ପୂଜା ପାଇବେ ଏବଂ ପୂଜ୍ୟମାନେ ବଞ୍ଚିତ ହେବେ ସେଠାରେ ଜ୍ଞାନ, ଧର୍ମ, ଭକ୍ତି ଓ ସୁଚରିତ୍ର ନଷ୍ଟ ହେବ। ସେଥିପାଇଁ ସମାଜ ଯଦି ନଷ୍ଟ ହେଉଛି ବୋଲି କୁହାଯିବ ତେବେ ତାହା ନିଷ୍କ୍ରିୟ ସଜ୍ଜନ ଓ ସକ୍ରିୟ ଦୁର୍ଜନଙ୍କ ପାଇଁ ଘଟିଥାଏ। କିନ୍ତୁ ଯେଉଁଦିନ ବିଦ୍ୱାନ୍‌ମାନଙ୍କର ସମ୍ମାନ ବଢିବ ସେଦିନ ଦେଶରୁ ଭ୍ରଷ୍ଟାଚାର ଚାଲିଯିବ। ମୋ ଭାବନାରେ ଧର୍ମ କହିଲେ ମାନବ ଧର୍ମ । ଜ୍ଞାନପୂର୍ବକ ଧର୍ମ । ଧର୍ମର ମୂଳ ଉତ୍ସ ବେଦ । ତେବେ ବେଦ ମାର୍ଗକୁ ଗଲେ ଜାଣିପାରିବା ପ୍ରକୃତ ସତ୍ୟ, ଧର୍ମ ଓ ଈଶ୍ୱରଙ୍କୁ। ଈଶ୍ୱର ଏକ, ନାମ ଅନେକ- ପଥ ବହୁତ। ଆଜିକାଲି ପ୍ରଲୋଭନ ପ୍ରବଚନ ଦ୍ୱାରା ଅନେକେ ଅବାଟକୁ ଯାଉଛନ୍ତି । ଭାରତୀୟ ପୁରାତନ ଗ୍ରନ୍ଥରେ ବହୁ ନୀତିଶିକ୍ଷା ରହିଛି। ଏଥିପାଇଁ ମୌଳିକ ପରିବର୍ତ୍ତନର ପ୍ରବଚନ ଦରକାର। ଏହାଦ୍ୱାରା ନୈତିକ, ଆଧ୍ୟାତ୍ମିକ, ଚାରିତ୍ରିକ ଗଠନ ହୋଇପାରିବ। ଯେଉଁଥିରୁ ପିତୃଭକ୍ତି, ମାତୃଭକ୍ତି, ଦେଶଭକ୍ତି, ଗୁରୁଭକ୍ତି ଶିକ୍ଷା ମିଳିବ। ତେବେ ବିଦ୍ୟାଳୟଗୁଡ଼ିକରେ କେବଳ ପାଠ୍ୟଖସଡ଼ାର କୋର୍ସ ପଢ଼ା ନ ଯାଇ ତା’ ଭିତରେ ଉତ୍ତମ ଚରିତ୍ରବାନ୍‌ ଛାତ୍ରୀଛାତ୍ର ତିଆରି ନିମନ୍ତେ ଭାରତୀୟ ସଂସ୍କୃତିର ମହାନ୍‌ ମନୀଷୀମାନଙ୍କ ଚରିତ୍ର ତଥା ଜୀବନୀର ଚିନ୍ତନକୁ ନେଇ ଶ୍ରେଣୀରେ ନୈତିକ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଧୈର୍ଯ୍ୟ, ସହନଶୀଳତା ପରୋପକାର ପାଇଁ ପ୍ରେରଣା ମିଳିବ। ତାହା ଛାତ୍ର ଜୀବନରୁ ହିଁ ଗ୍ରହଣ କରିବା ଉଚିତ। ମଣିଷ ଭାଗ୍ୟ ଅପେକ୍ଷା କର୍ମକୁ ଗୁରୁତ୍ୱ ଦେବା ଉଚିତ । କାରଣ ମଣିଷ କର୍ମପ୍ରବଣ ହେଲେ ଭାଗ୍ୟ ଅପେକ୍ଷା କର୍ମର ଗୁରୁତ୍ୱ ବଢିଯାଏ। କଥାରେ ଅଛି ”ଉତ୍ତମ ସଙ୍ଗେ ସଙ୍ଗ ଯାର ସେ କରେ ଉତ୍ତମ ବେଭାର, ଦୁର୍ଜନ ସଙ୍ଗେକଲେ ବାସ ଘଟିବ ଜାଣ ସର୍ବନାଶ।“ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସମାଜରେ ପ୍ରଚଳିତ। କୁହାଯାଏ ପରିବେଶ ଓ ପରିସ୍ଥିତି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ତେବେ ଶୃଙ୍ଖଳିତ ଜୀବନ ଓ ମଣିଷପଣିଆ ବ୍ୟକ୍ତିକୁ ଆଗକୁ ବଢ଼ାଇଥାଏ। ଯିଏ ଯେତେ ବଡ଼ ପଦପଦବୀରେ ରହିଲେ ବି କେବେ କାହାରିକୁ ଠକିବା ନାହିଁ କି ଅନ୍ୟଠାରୁ କିଛି ଆଶା ରଖିବା ନାହିଁ ଁ । ନିଜ କର୍ତ୍ତବ୍ୟକୁ ଠିକ୍‌ରେ ପାଳନ କରିବା । କାହାରିକୁ ସେବାକରିବାରେ କେହିକିଛି ଯଦି ଉପକୃତ ହେଉଛନ୍ତି ତାହା ଈଶ୍ୱରଙ୍କ ନିର୍ଦ୍ଦେଶ ବୋଲି ଭାବିବା ଉଚିତ। ସମାଜରେ ପିଲାମାନଙ୍କୁ ନୈତିକ, ବୈଦିକ ଓ ଚାରିତ୍ରିକ ଶିକ୍ଷା ଦେବା ନିମନ୍ତେ ଖୋର୍ଦ୍ଧାର ପରିଚ୍ଛଳ ଗ୍ରାମରେ ଦୟାନନ୍ଦ ଆଦର୍ଶ ଗୁରୁକୁଳର ସଂସ୍ଥାପକଭାବେ କାଯର୍‌ୟ କରୁଛି। ଏବେ ମୋର ପରିବାର କହିଲେ ୨ଝିଅ, ଗୋଟିଏ ପୁଅ, ସ୍ତ୍ରୀ ସରୋଜିନୀଙ୍କୁ ନେଇ ଛୋଟ ସଂସାର।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri