କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଦାମୀ ଗାଡ଼ି ଚଢ଼ିବାକୁ କରନ୍ତି ପସନ୍ଦ; ଘରେ…

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା। କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ପାଇଁ ପାଗଳପ୍ରାୟ ପ୍ରଶଂସକ। ଏବେ ସେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜନୁ’ରେ ସେ ନଜର ଆସିବେ।

ନିଜର ଦମ୍‌ଦାର ଅଭିନୟ ଶୈଳୀକୁ ନେଇ ରଶ୍ମିକାଙ୍କୁ ଫିଲ୍ମରେ ନେବାକୁ ଚାହିଁଥାନ୍ତି ନିର୍ମାତା। ଏଥିପାଇଁ ମୋଟା ଅଙ୍କର ପାଉଣା ନେଇଥାନ୍ତି ସେ। ରଶ୍ମିକା ବର୍ଷକୁ ପାଞ୍ଚ କୋଟି ଟଙ୍କା ରୋଜଗାର କରନ୍ତି। ଏହାଛଡ଼ା ତାଙ୍କର ମୋଟ ଆୟ ୩୫ କୋଟି ବୋଲି କୁହାଯାଏ।

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ମନ୍ଦାନାଙ୍କୁ କାର୍‌ ବହୁତ ପସନ୍ଦ। ଏଥିପାଇଁ ସେ ନିଜ ଘରେ ଭଳିକି ଭଳି ବ୍ରାଣ୍ଡର କାର୍‌କୁ ସଜାଇ ରଖିଛନ୍ତି। ୩୦ ଲକ୍ଷ ଟଙ୍କାର ମର୍ସଡିଜ୍‌,୬୦ ଲକ୍ଷ ଟଙ୍କାର ଅଡି କ୍ୟୁ୩, ୨୦ ଲକ୍ଷ ଟଙ୍କାର ଟୟୋଟା ଇନୋଭା, ୨୫ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା ତାଙ୍କ ପାଖରେ ରହିଛି।

୨୦୧୬ରେ କନ୍ନଡ ଫିଲ୍ମ ଜରିଆରେ ଅଭିନୟରେ ପାଦ ରଖିଥିଲେ ରଶ୍ମିକା। ପରେ ୨୦୧୮ରେ ସେ ଫିଲ୍ମ ‘ଚଲୋ’ ଜରିଆରେ ତେଲୁଗୁରେ ଡେବ୍ୟୁ କରିଥିଲେ। ପରେ ସେ ଫିଲ୍ମ ‘ଡିଅର କୋମ୍ରେଡ୍‌’ରେ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ରୋମାନ୍ସ କରି ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏଣୁ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାଛଡ଼ା ରଶ୍ମିକା ଅଭିନୀତ ‘ଗୀତା ଗୋବିନ୍ଦମ’ ତେଲୁଗୁ ସିନେମା ଇତିହାସରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା।

Share