Advertisement

କରଜ ମୁକ୍ତ ଜୀବନ ପାଇଁ ଜାଣନ୍ତୁ କିଛି ଜ୍ୟୋତିଷଶାସ୍ତ୍ର ନିୟମ…

ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୁଏ। କରଜକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳେ ନଚେତ୍‌ ତାହା ବୋଝ ଭଳି ଲାଗିଥାଏ। କିନ୍ତୁ ବିଶ୍ୱାସ ରହିଛି ଏମିତି କିଛି କାର୍ଯ୍ୟ ଅଛି ଯାହାକୁ କଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ…

* ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ଏମିତି କିଛି ସୁଖ ମିଳେ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀଙ୍କୁ ଖାଇବାକୁ ଦେବା ସର୍ବୋତ୍ତମ ହୋଇଥାଏ। ୨/୩ ଦିନ ଭିତରେ ଏହାର ସୁପ୍ରଭାବ ଜଣା ପଡିଯାଏ।

* ପ୍ରତି ମଙ୍ଗଳବାର ମାଙ୍କଡ଼କୁ ମିଠା, କଦଳୀ ଅବା ବୁଟ ଖାଇବାକୁ ଦେଲେ ପ୍ରଭୂ ହନୁମାନ ପ୍ରସନ୍ନ ହୋଇଥାନ୍ତି। ଆଉ ତାଙ୍କରି ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାର ବାଟ ଖୋଲିଯାଏ ବୋଲି ବିଶ୍ୱାସ ରହିଛି।

* କୁକୁରକୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ ବି କରଜରୁ ମୁକ୍ତି ପାଇବାର ବାଟ ଖୋଲିବା ସହ ଘରୁ ନକରାତ୍ମକ ଊର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ଜ୍ୟୋର୍ତିବିଦ୍‌ମାନେ ମତ ଦେଇଥାନ୍ତି।

* ଗାଈଙ୍କୁ ଆମେ ଗୋମାତା ଭାବେ ପୂଜା କରିଥାଉ। ତେଣୁ ଘରେ ପ୍ରସ୍ତୁତ ହେଉଥିବା ଯେ କୌଣସି ସାକାହାରୀ ଖାଦ୍ୟକୁ ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ ବି ଘରେ ଶାନ୍ତି ବଜାୟ ରହିବା ସହ ଶୀଘ୍ର କରଜ ମୁକ୍ତ ହେବା ପାଇଁ ବି ଉପାୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

* ମନରେ ଦୟା ଭାବ ଓ ମୁହଁରେ ସବୁବେଳେ ମିଠା କଥା କହୁଥିଲେ ବି କେବଳ ମାନସିକ ସ୍ତରରେ ଶାନ୍ତି ମିଳେନାହିଁ ଶରୀର ପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ। ତା’ସହିତ କରଜ ଥିଲେ ତାହାକୁ କିପରି ଶୀଘ୍ର ସୁଝିହେବ ସେଥିପାଇଁ ବି ଉପାୟ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share