ଜାଣନ୍ତୁ ତମନ୍ନାଙ୍କର କିଛି ସିକ୍ରେଟ୍‌…

‘ହାଏ ତୋ ପ୍ରେମର ରଙ୍ଗୋଲୀ’ ଗୀତରେ ସେ ସମସ୍ତଙ୍କ ମନରେ
ତାଙ୍କ ରଙ୍ଗର ଛାପ ଛାଡିଛନ୍ତି। ପୁଣି ‘ଚୁମ୍ବକ’ରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି। ସେ ହେଉଛନ୍ତି ତମନ୍ନା ବ୍ୟାସ୍‌ । ଜାଣିବା ତାଙ୍କର କିଛି ସିକ୍ରେଟ୍‌…

ବାପାଙ୍କର ଇଛା ଥିଲା ମତେ ଟିଭି ପରଦାରେ ଦେଖିବା: ପିଲାଟିଦିନରୁ ମୁଁ ବହୁତ ଆକ୍ଟିଭ ଥିଲି। ପାଠପଢା ବାଦ ନାଚ, ଗୀତ, ବକ୍ତୃତା ସବୁଥିରେ ଭାଗ ନେଉଥିଲି। ହେଲେ କେବେ ଭାବି ନ ଥିଲି ଦିନେ ଅଭିନୟ ଜଗତକୁ ଆସିବି ବୋଲି। ଆମ ପରିବାରରେ ବି କେହି ଏ ଲାଇନର ନୁହନ୍ତି। ହେଲେ ବାପା ସବୁବେଳେ କହୁଥିଲେ କେତେ ରିୟାଲିଟି ଶୋ’ହେଉଛି। ସେଥିରେ ଭାଗ ନିଅ। ଆମେ ବି ତତେ ଟିଭିରେ ଦେଖିବାକୁ ଚାହୁଁଛୁ। ସେବେଠୁ ମନରେ ଥିଲା ଯେ, ଦିନେ ନା ଦିନେ ଟିଭି ପରଦାକୁ ଆସିବି। ସେଥିପାଇଁ ସୁଯୋଗ ଖୋଜୁଥିଲି କ’ଣ କଲେ ଟିଭିରେ ଆସିପାରିବି। ବ୍ରହ୍ମପୁର ଆମ ଘର ହେଇଥିବାରୁ ପଢାପଢି ସବୁ ସେଇଠି ହେଇଛି। ଖଲ୍ଲିକୋଟ ୟୁନିଭର୍ସିଟିରେ ବିବିଏ କଲାପରେ ଭୁବନେଶ୍ୱର ବିଜେବି କଲେଜରେ ଜର୍ଣ୍ଣାଲିଜମ କଲି।
ରିୟାଲିଟି ଶୋ’ରୁ ହିରୋଇନ୍‌:୨୦୧୫ରେ ‘ରଜ କୁଇନ’ ଓ ‘ମୁଁ ବି ହେବି ହିରୋଇନ’ରେ ଭାଗ ନେଇ ଉଭୟରେ ରନର୍ସ ଅପ ହେଲି। ଏହାପରେ ଫିଲ୍ମର ଅଫର୍‌ ମିଳିଲା। ପ୍ରଥମ ଅଫର ଥିଲା ‘ଜୋକର’ ଚଳଚ୍ଚିତ୍ରର। ତେବେ କୌଣସି କାରଣରୁ ତାହା ରିଲିଜ ହୋଇପାରିଲା ନାହିଁ। ପରେ ‘ନିଝୁମ ରାତିର ସାଥୀ’ ଚଳଚ୍ଚିତ୍ରରେ କାମ କଲି, ଯାହା ୨୦୧୭ରେ ରିଲିିଜ ହେଲା। ଏହାପରେ ଗୋଟେ ପରେ ଗୋଟେ ଚଳଚ୍ଚିତ୍ର କରି ଚାଲିଲି। ‘ବ୍ଲାକମେଲ’ ଚଳଚ୍ଚିତ୍ରର ‘ହାଏ ତୋ ପ୍ରେମର ରଙ୍ଗୋଲୀ’ ଗୀତ ହିଟ ହୋଇଥିଲା। ଆଉ ସେଇ ଗୀତ ମତେ ବେଶୀ ଲୋକପ୍ରିୟ କରାଇଲା। ପରେ ‘ଭାଇନା କଣ କଲା ସେ’, ବାବୁସାନଙ୍କ ସହ ‘ଗୋଲମାଲ ଲଭ’, ଅନୁଭବଙ୍କ ସହ ‘ପ୍ରେମ କୁମାର’, ‘ଲକିିର ଲକଡାଉନ ଲଭଷ୍ଟୋରି’, ‘ରୋମିିଓ ରାଜା’, ପରି ଚଳଚ୍ଚିତ୍ର କଲି।
ଚୁମ୍ବକ ଦେଲା ଭିନ୍ନ ପରିଚୟ:ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଓ୍ବେବ ସିରିଜ ପାଇଁ ଯେତେବେଳେ ଅଫର୍‌ ଆସିଲା ପ୍ରଥମେ ମୁଁ ନିଷ୍ପତ୍ତି ନେଇପାରୁ ନ ଥିଲି କାମ କରିବି କି ନାଇଁ। ଏଭଳି ଚରିତ୍ରକୁ ଲୋକେ କେମିତି ଗ୍ରହଣ କରିବେ ଡ଼ର ଥିଲା। ସେଥିପାଇଁ ବାପାଙ୍କ ପରାମର୍ଶ ଲୋଡିଥିଲି। ବାପା କହିଥିଲେ- ତମେ ଯଦି ଭାବୁଛ ଏଭଳି ଚରିତ୍ର କରିବାରେ କିଛି ଅସୁବିଧା ନାହିଁ ତେବେ ତମେ କର। କରିବାକୁ ନିଷ୍ପତ୍ତି ନେଲି। ନିର୍ଦ୍ଦେଶକ ଏହାର କାହାଣୀକୁ ବେଶ ଭଲ ଭାବେ ପ୍ରେଜେଣ୍ଟ କରିଥିଲେ।
ମିସ ଡିଭା, ମିସ ଇଣ୍ଡିଆର ଯାତ୍ରା:ମୋର ସବୁବେଳେ ଇଛା ଥିଲା ନ୍ୟାଶନାଲ ଲେଭଲରେ ନିଜକୁ ପ୍ରମାଣିତ କରିବାକୁ। ସେଥିପାଇଁ ସବୁବେଳେ ମିସ ଇଣ୍ଡିଆକୁ ଫଲୋ କରୁଥିଲି। ନିଜେ ନିଜକୁ ଏଥିପାଇଁ ପ୍ରସ୍ତୁତ କରୁଥିଲି। ତେଣୁ ଫିଲ୍ମ କରିବା ଭିତରେ ମୁଁ ୨୦୧୮ରେ ‘ମିସ ଡ଼ିଭା’ରେ ପାର୍ଟିସିପେଟ କଲି। ଟପ୍‌ ୧୦ ରେ ବି ରହିଲି। ପରେ ଫେମିନା ମିସ ଇଣ୍ଡିଆ ୨୦୧୯ରେ ପାର୍ଟିିସିପେଟ କରି ଇଷ୍ଟ ଇଣ୍ଡିଆ ଫାଇନାଲିଷ୍ଟ ହେଇଥିଲି।
ଓଲିଉଡକୁ ଛାଡି ପାରିବିନି:ମତେ ଓଡ଼ିଶାରେ ହିଁ କାମ କରିବାର ଅଛି। ଓଲିଉଡ଼କୁ ଛାଡିପାରିବିନି। ତା’ମାନେ ନୁହଁ କି ଅନ୍ୟ ଇଣ୍ଡଷ୍ଟ୍ରିରେ କାମ କରିବିନି। ସୁଯୋଗ ମିଳିଲେ ନିଶ୍ଚୟ କରିବି। ଯେମିତିକି ମୁଁ ତେଲୁଗୁ ଫିଲ୍ମ ‘ଭେୟି ଶୁଭମୁଲୁ କାଲୁଗୁ ନିକୁ’ ଚଳଚ୍ଚିତ୍ରରେ କାମ କରିଛି।
ତେଲୁଗୁ ଶିଖିଲି ସାଙ୍ଗଠାରୁ:ଭାଷା ଶିଖିବା ଲାଗି ବ୍ରହ୍ମପୁର ସାଙ୍ଗର ସାହାଯ୍ୟ ନେଇଥିଲି ଯେମିତିକି ତେଲୁଗୁ ଭଲରେ କହିପାରିବି। କାହିଁକି ନା ସେ ଭାଷାକୁ ଭଲରେ ନ କହିପାରିଲେ ଦର୍ଶକଙ୍କ ହୃଦୟ ଜିଣି ହେବନି।
ମାମା ଓ ଭଉଣୀ ମୋ ଫ୍ୟାଶନ ଗାଇଡ଼୍‌: ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାଠୁ ଆରମ୍ଭ କରି ହିରୋଇନ ହେବା ପର୍ଯ୍ୟନ୍ତ ସବୁଥିରେ ମୋ ମାମା ଓ ସାନ ଭଉଣୀ ସାଜିଛନ୍ତି ମୋର ଫ୍ୟାଶନ ଗାଇଡ଼୍‌।
ଡ୍ରିମ ରୋଲ:ସାଇକୋ ଲଭର୍‌ ଚରିତ୍ର କରିବାର ଇଛା ଅଛି।
ବିବାହ: ହଠାତ୍‌ ପ୍ରସ୍ତାବ ଆସିଲା ଆଉ ମୋର ବାହାଘର ହେଇଗଲା। ତେଣୁ ଆଜି ବି ବିଶ୍ୱାସ କରିପାରୁନି ଯେ, ମୁଁ ବାହା ହେଇଯାଇଛି ବୋଲି। ଆଉ ବିଶ୍ବାସ ବି ହେଉନି ମୁଁ ନମିତା ଅଗ୍ରଓ୍ବାଲଙ୍କର ବୋହୁ ହେଇଛି ବୋଲି।
ଶାଶୁ ନୁହନ୍ତି ସେ ମୋ ମା’:ଘର ପରିବାରକୁ ଆସିଛି ସତ। ହେଲେ ଏଇ ନୁଆ ଘର ଓ ପରିବାର ସବୁକିଛି ବେଶ ଭଲ ଲାଗୁଛି। ଆଉ ମୁଁ ଶାଶୁ ନୁହେଁ ମା ପାଇଛି।
ହବି: ସମୟ ମିଳିଲେ ଗୀତ ଶୁଣେ, ଜିମରେ ସମୟ ବିତାଏ। ତାସହ ନୁଆ ନୁଆ ଜିନିଷ ଶିଖିବା ପାଇଁ କେବେ ବକ୍ସିଂ କ୍ଲାସ ଜଏନ କରେ ତ କେବେ ଡ୍ୟାନ୍ସର ନୁଆ ଫର୍ମ ଶିଖେ, ପୁଣି କେବେ ସୁଇମିଂ ଶିଖେ।
ବ୍ୟୁଟି ଓ ଫିଟନେସ୍‌ ସିକ୍ରେଟ:ପ୍ରଚୁର ପାଣି ପିଏ, ଫଳ, ସବୁଜ ପନିପରିବା ଖାଏ। କୃତ୍ରିମ ଉପାୟରେ ସୁନ୍ଦର ଦେଖାଯିବା ସପକ୍ଷରେ ମୁଁ ନୁହେଁ। ଆଉ ଫିଟନେସ୍‌ ପାଇଁ ମୁଁ ଜିମ ଯାଏ। ଘରେ ଟ୍ରେଡମିଲ ବ୍ୟବହାର କରି ବ୍ୟାୟାମ ବି କରେ।
ଓ୍ବିକନେସ୍‌: ମିଠା ମୋର ବଡ ଦୁର୍ବଳତା।
ଷ୍ଟ୍ରେଙ୍ଗଥ୍‌: ମୁଁ କେବେ ବି କୌଣସି କଥାକୁ ମନରେ ଧରିକି ରଖିପାରେନା। ଜଲ୍ଦି ଭୁଲି ଯାଏ।ମତେ କିଏ କିଛି ଖରାପ କହିଲେ ବି ରାଗ ରଖିପାରେନା। କହିବାକୁଗଲେ ମୁଁ ବହୁତ କୁଲ୍‌।
ଡରେ: ବାପାଙ୍କୁ ଯେତିକି ଭଲ ପାଏ ସେତିକି ଡରେ ବି।
ପ୍ରିୟ ଖାଦ୍ୟ: ମୁଁ ଭେଜିଟେରିଆନ। ମିଠା ବ୍ୟତିତ ମତେ ପିଜ୍ଜା ଓ ପନିରର ସବୁ ଆଇଟମ ପସନ୍ଦ।
ପ୍ରିୟ ବୁଲିବା ସ୍ଥାନ: ଗୋପାଳ ପୁର ସି’ ବିଚ ମୋର ପ୍ରିୟ ବୁଲିବା ସ୍ଥାନ।
ଅବସୋସ : ନା, ଆଜିପର୍ଯ୍ୟନ୍ତ ମୁଁ ଯାହା ଚାହିଁଛି ସବୁ ପାଇଛି। ଏମିତିକି ଯାହା ଭାବି ନ ଥିଲି ତାହା ବି ପାଇଛି। ସେଥିପାଇଁ ଅବସୋସ କିଛି ନାହିଁ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri