ରାତାରାତି ଦେଶ ଛାଡି ଆମେରିକା ପଳାଇଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ରକ୍‌ଷ୍ଟାର୍‌, ମାଡ୍ରାସ କାଫେ ଏବଂ ହାଉସଫୁଲ-୩ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନର୍ଗିସ ଫାଖରି ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୨୦, ୧୯୭୯ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ। ଦୃଢ ଅଭିନୟ ଯୋଗୁ ନର୍ଗିସ ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ୨୦୧୬ରେ ନର୍ଗିସ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହାଉସଫୁଲ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍‌ ଗୋଟିଏ ରାତିରେ ତାଙ୍କୁ ଦେଶ ଛାଡି ଆମେରିକା ଯିବାକୁ ପଡିଲା। ରାତାରାତି ଆମେରିକା ଯିବାର କାରଣ କ’ଣ ତାହା କେହି ଜାଣି ନ ଥିଲେ। ଏନେଇ ଅନେକ ଚର୍ଚ୍ଚା ମଧ୍ୟ ଉଠିଲା। ସମସ୍ତେ କହୁଥିଲେ ଉଦୟ ଚୋପ୍ରାଙ୍କ ସହ ବ୍ରେକଅପ ପରେ ନର୍ଗିସ ଭାଙ୍ଗି ଯାଇଥିଲେ, ତେଣୁ ସେ ଭାରତ ଛାଡିଥିଲେ। କିନ୍ତୁ ନର୍ଗିସଙ୍କ ଆମେରିକା ଯିବାର ପ୍ରକୃତ କାରଣ ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନର୍ଗିସ ଅସୁସ୍ଥତା ଯୋଗୁ ଦେଶ ଛାଡି ତୁରନ୍ତ ଆମେରିକା ଯାଇଥିଲେ। ନର୍ଗିସଙ୍କୁ ଆର୍ସେନିକ ଏବଂ ଲିଡ୍‌ ପଏଜନିଂ ନାମକ ରୋଗ ଥିଲା। ଖାଦ୍ୟ କିମ୍ବା ଜଳ କିମ୍ବା  ଯେକୌଣସି ଉପାୟରେ ଏହି ରୋଗ ଶରୀର ଭିତରେ ପ୍ରବେଶ କରିଥାଏ। ଏହା ମୋ ଶରୀରରେ ଭୟଙ୍କର ରୂପ ଧାରଣ କରିଥିଲା। ଏଥିପାଇଁ ସେ ଆମେରିକା ଯାଇ ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିଥିଲେ ବୋଲି ନର୍ଗିସ କହିଥିଲେ।

Share