ବିବାଦରେ ଫସିଥିଲେ ପଦ୍ମିନୀ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ପଦ୍ୱିନୀ କୋହ୍ଲାପୁରୀ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ଶିଶୁ କଳାକାର ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ପଦ୍ମିନୀ ଆଜିବି ସକ୍ରିୟ ରହିଛନ୍ତି । ୨୦୧୯ରେ ସଞ୍ଜୟ ଦତ୍ତ ଓ ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପଥ‘ରେ ନଜର ଆସିଥିଲେ ପଦ୍ମନୀ । ୨୦୨୦ରେ ମଧ୍ୟ ଏକ ମରାଠି ଫିଲ୍ମରେ ସେ ଅଭିନୟ କରିଥିବା ଦେଖାଯାଇଛି । ଜିନ୍ଦେଗି, ଡ୍ରିମଗର୍ଲ, ସାଜନ ବିନା ଶଶୁରାଲ, ସତ୍ୟମ ଶିବମ ସୁନ୍ଦରମ ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ କେତୋଟି । ପ୍ରଥମେ ଜଣେ ବୋଲ୍ଡ ଆର୍ଟିଷ୍ଟ ଭାବେ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟ କରିଥିଲେ ଏହି ଅଭିନେତ୍ରୀ । ମାତ୍ର ୧୫ ବର୍ଷ ବୟସରେ ଫିଲ୍ମ ‘ଗହରାଇ’ରେ ତାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଥିଲା । ୧୯୮୦ରେ ଆସିଥିବା ଫିଲ୍ମ ‘ଇନସାଫ କା ତରାଜୁ’ରେ ସେ ଯେଉଁ ବୋଲ୍ଡ ସିନ୍ ଦେଇଥିଲେ ତାକୁ ନେଇ ଉଠିଥିଲା ବିବାଦ । ଫିଲ୍ମଟି ରିଲିଜ୍ ହେବା ପରେ ହଲ୍ ସାମ୍ନାରେ ଦର୍ଶକଙ୍କ ଲମ୍ବା ଲାଇନ୍ ଲାଗୁଥିଲା ସତ ହେଲେ ବି ଏହାକୁ ବିରୋଧ କରାଯାଉଥିଲା । ଏଥିରେ ରାଜ ବାବର ଯୋର ଜବରଦସ୍ତ ତାଙ୍କ ପୋଷାକ ଖୋଲିବାକୁ କହିଥିବା ଦର୍ଶକଙ୍କୁ ଅଡୁଆ ଲାଗିଥିଲା । ଯାହା ପରେ ବିବାଦ ଘେରକୁ ଚାଲି ଆସିଥିଲା ।

Share