ଜାଣନ୍ତୁ ସଞ୍ଜୟଙ୍କ ପାଖେ ଅଛି ଏ ସବୁ ଦାମୀଗାଡ଼ି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଏହାକୁ ନେଇ ସେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା। ସେ ବିଳାସପୂର୍ଣ୍ଣ ଜୀବନ କାଟିବାକୁ ପସନ୍ଦ କରନ୍ତି। ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି ଯାହାର ମୂଲ୍ୟ ୪୦ କୋଟି। ଏହା ସହ ତାଙ୍କର ଯାନବାହନ ପ୍ରତି ବିଶେଷ ଭଲପାଇବା ରହିଛି। ତେବେ ଜାଣନ୍ତୁ ତାଙ୍କ ପାଖରେ କେଉଁ କେଉଁ ଦାମୀ ଗାଡ଼ି ରହିଛି।
ତାଙ୍କର ଅନେକ ଦାମୀ ଏବଂ ବିଳାସପୂର୍ଣ୍ଣ କାର କଲେକଶନ୍‌ ରହିଛି। ସଞ୍ଜୟ ଭାରତର ଅଳ୍ପ କିଛି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ଯିଏକି ଫେରେରୀ ୫୯୯ ଜିଟିବି ମାଲିକ ଅଟନ୍ତି । ଯାହାର ମୂଲ୍ୟ ୧.୫ କୋଟିରୁ ୩.୫ କୋଟି ମଧ୍ୟରେ ରହିଛି। ଏହା ବ୍ୟତୀତ ତାଙ୍କ ପାଖରେ ରୋଲ୍ସ ରୟସ ଘୋଷ୍ଟ, ବେଣ୍ଟଲି, ଲ୍ୟାଣ୍ଡ କ୍ରୁଜର, ମର୍ସିଡିଜ, ପୋର୍ଚେ ହାର୍ଲି ଏବଂ ଡୁକାଟି ଭଳି ବିଳାସପୂର୍ଣ୍ଣ ଗାଡ଼ି ରହିଛି । ଏଗୁଡିକର ଦାମ୍‌ କୋଟି କୋଟି ଟଙ୍କା ।

Share