ଆମେରିକା, ରୁଷିଆ, ଜର୍ମାନୀ ଭଳି ଦେଶରେ ସମଲିଙ୍ଗୀ ବିବାହର ନିୟମ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୧୦: ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ଏକ ବେଞ୍ଚ ମଙ୍ଗଳବାର ସମଲିଙ୍ଗୀ ବିବାହ ଉପରେ ରାୟ ଦେବାକୁ ଯାଉଛନ୍ତି। ଯଦି ଏହି ନିଷ୍ପତ୍ତି ଆବେଦନକାରୀଙ୍କ ସପକ୍ଷରେ ଆସେ, ତେବେ ଭାରତରେ ପୁରୁଷ-ପୁରୁଷ ଏବଂ ମହିଳା-ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଲୋକ ପରସ୍ପରକୁ ବିବାହ କରିବାକୁ ସମର୍ଥ ହେବେ।

ପ୍ରଶାସନିକ କାରଣରୁ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଥିଲେ। ଏଭଳି ପରିସ୍ଥିତିରେ, ଯେତେବେଳେ ଏହି ନିଷ୍ପତ୍ତି ଉପରେ ଶୁଣାଣି କରାଯାଉଥିଲା, ସେତେବେଳେ ପ୍ରଶ୍ନ ଉଠିଥିଲା କି ସମଲିଙ୍ଗୀ ବିବାହ ଦୁନିଆର ଅନ୍ୟ ଦେଶରେ ମଧ୍ୟ ସ୍ବୀକୃତିପ୍ରାପ୍ତ କି? ଯଦି ହଁ, ତେବେ କେଉଁ କେଉଁ ଦେଶ ଯେଉଁଠାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇଛି। ଯଦି ଏହା ଦିଆଯାଇଛି ତେବେ ଏହା କେବେ ଦିଆଯାଇଛି ଏବଂ କେଉଁ ଆଧାରରେ ଦିଆଯାଇଛି, ଏହି ସମସ୍ତ ବିଷୟରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଜଣାଇବାକୁ ଯାଉଛୁ।

ଆମେରିକାର ଓବରଗେଫେଲ ବନାମ ହୋଜେସ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ୨୬ ଜୁନ ୨୦୧୫ରେ ସଂଯୁକ୍ତ ରାଜ୍ୟ ଆମେରିକାରେ ସମଲିଙ୍ଗୀ ବିବାହକୁ ଦେଶବ୍ୟାପୀ ବୈଧ କରାଗଲା। ଏହି ନିଷ୍ପତ୍ତି କ୍ରମରେ ସୁପ୍ରିମକୋର୍ଟର ବିଚାରପତି ଆନ୍ଥୋନି କେନେଡି ଏହି ମାମଲାର ଶୁଣାଣି କରି ଲେଖିଛନ୍ତି, କୌଣସି ସମ୍ପର୍କ ବୈବାହିକ ସମ୍ପର୍କଠାରୁ ଗଭୀର ହୋଇପାରିବ ନାହିଁ କାରଣ ଏହି ସମ୍ପର୍କ ପ୍ରେମ, ବିଶ୍ୱସ୍ତତା, ବଳିଦାନ ଏବଂ ପାରିବାରିକ ମୂଲ୍ୟବୋଧର ପ୍ରତୀକ ଅଟେ। ଆଇନର ଦୃଷ୍ଟିରେ, ପ୍ରତ୍ୟେକ ନିଜ ପାଇଁ ସମାନ ସମ୍ମାନର ଦାବି କରିବାର ଅଧିକାର ଅଛି।

ୟୁରୋପୀୟ ଦେଶମାନଙ୍କରେ ସମଲିଙ୍ଗୀ ବିବାହ ବିଷୟରେ ଆଇନ କ’ଣ କହିଛି?

ଜର୍ମାନୀ: ୧ ଅକ୍ଟୋବର ୨୦୧୭ରେ ସମଲିଙ୍ଗୀ ବିବାହ ଜର୍ମାନୀରେ ଆଇନଗତ ହୋଇଥିଲା। ଜର୍ମାନୀର ତତ୍କାଳୀନ ଚାନ୍ସେଲର ଆଞ୍ଜେଲା ମର୍କେଲ କହିଥିଲେ ଯେ, ଯଦିଓ ଜର୍ମାନ ସମ୍ବିଧାନରେ ବିବାହ ଅର୍ଥ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମ୍ପର୍କ, ତଥାପି ସେ ବିଶ୍ୱାସ କରୁଥିଲେ ଯେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିବା ଦ୍ୱାରା ସମାଜରେ ଅଧିକ ଶାନ୍ତି ଆସିବ। ୨୦୧୪ରେ ଇଂଲଣ୍ଡ, ୱେଲ୍ସ ଏବଂ ସ୍କଟଲ୍ୟାଣ୍ଡରେ ଏବଂ ୨୦୨୦ରେ ଉତ୍ତର ଆୟର୍ଲାଣ୍ଡରେ ସମଲିଙ୍ଗୀ ବିବାହ ଆଇନଗତ ହୋଇଥିଲା। ସମଲିଙ୍ଗୀ ବିବାହ ଫ୍ରାନ୍ସରେ ୧୮ ମେ’ ୨୦୧୩ରେ ଆଇନଗତ ହୋଇଥିଲା। ସମଲିଙ୍ଗୀ ବିବାହ ଇଟାଲୀରେ ଆଇନଗତ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri