ସ୍ବପ୍ନରେ ନିଜକୁ ଗରିବ ବୋଲି ଦେଖୁଛନ୍ତି କି; ଜାଣନ୍ତୁ କ’ଣ ଘଟିବ ଆପଣଙ୍କ ସହ…

ସ୍ବପ୍ନ, ଯାହା ବନ୍ଦ ଆଖିରେ ଦେଖାଯାଏ। ତେବେ ସ୍ବପ୍ନ ଭବିଷ୍ୟତର ସଙ୍କେତ ବୋଲି କେହି କେହି କହିଥାନ୍ତି। ସ୍ବପ୍ନଶାସ୍ତ୍ର ଅନୁଶାରେ, ରାତିରେ ନିଦରେ ଆମେ ଜାହା ଦେଖିଥାଉ, ତା’ର ଆମ ଜୀବନ ସହ କେଉଁଠି ନା କେଉଁଠି ସଂଯୋଗ ରହିଛି। ଜାଣିବା ସେମିତି କିଛି ସ୍ବପ୍ନ ବିଷୟରେ, ଯାହାକି ଶୁଭ ସଙ୍କେତ ଦେଇଥାଏ।

ନିଜକୁ ଶ୍ମଶାନରେ ଦେଖିବା: ସ୍ବପ୍ନରେ ନିଜକୁ ଶ୍ମଶାନରେ ଦେଖିବା ମାନେ ବହୁତ ଶୁଭ। ଏହାର ଅର୍ଥ ହେଉଛି ଖୁବ୍‌ଶୀଘ୍ର ମାନ -ସମ୍ମାନ ମିଳିବ। ଏଥିସହ ଅନ୍ୟ ଉପରେ ରହିଥିବା ଆପଣଙ୍କ ଟଙ୍କା ଫେରିପାଇବାର ଏହା ସଙ୍କେତ ଅଟେ।

ତାରା ଦେଖିବା: ସ୍ପପ୍ନରେ ତାରା ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ବା ଆପଣଙ୍କ ପରିବାରକୁ ଏକ ଖୁସି ଖବର ମିଳିବ। ବ୍ୟବସାୟରେ ଲାଭ ମଧ୍ୟ ହେବ।

ନିଜକୁ ଗରିବ ଦେଖିବା:ଏହା ବହୁତ ଭଲ ବୋଲି କୁହାଯାଏ। ସ୍ବପ୍ନରେ ନିଜକୁ ଗରିବ ଦେଖିବା ଅର୍ଥ ହେଉଛି ଧନ ପ୍ରାପ୍ତି। ନିଜର ଏକ ବଡ ଆଶା ମଧ୍ୟ ପୂରଣ ହେବାକୁ ଯାଉଛି।

ଆତ୍ମହତ୍ୟା ଦେଖିବା:ଆତ୍ମହତ୍ୟା କଥା ଶୁଣିବା ମାତ୍ରେ ଲୋକଙ୍କ ହୋସ୍‌ ଉଡିଯାଏ। ମାତ୍ର ସ୍ବପ୍ନରେ ନିଜେ ଆତ୍ମହତ୍ୟା କରୁଥିବା ଦେଖିବାର ଅର୍ଥ ହେଉଛି ଆପଣଙ୍କ ଆୟୁଷ ବଢ଼ିବ। ଏଥିସହ ଜୀବନରେ ଧନ ବର୍ଷା ହେବ।

ଗାଧୋଉଥିବା ଦେଖିବା: ସ୍ବପ୍ନରେ ନିଜକୁ ଗାଧୋଉଥିବା, ନୂଆ, ପାଣି ଆଦି ଦେଖିବାର ଅର୍ଥ ବହୁତ ଶୁଭ।
ଗୋଲାପ ଫୁଲ ଦେଖିବା: ସ୍ବପ୍ନରେ ଗୋଲାପ ଫୁଲ ଦେଖିବା ମା’ ଲକ୍ଷ୍ମୀ ପ୍ରସନ୍ନ ହେବାର ସଙ୍କେତ ଦେଇଥିଏ। ଖୁବ୍‌ଶୀଘ୍ର ଆପଣଙ୍କର ଏକ ଇଚ୍ଛା ପୂରଣ ହେବ।