Categories: ଫୁରସତ

ବୟସ୍କଙ୍କ ମନକୁ ଜାଣନ୍ତୁ

ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବର୍ତ୍ତା ହେଉଛନ୍ତି। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ସିଙ୍ଗଡା, ବରା ଧରି ପହଞ୍ଚତ୍ଗଲେ ଗପଟା ଆହୁରି ଜମିଗଲା। ରାମବାବୁ ହରିବାବୁଙ୍କୁ ପଚାରିଲେ ଆଉ ତୁମ ଖବର କ’ଣ? ହରିବାବୁ କହିଲେ କେତେ ଆଉ ଘରେ ବସିବି? ମୋ ସ୍ତ୍ରୀ ଖାଲି ଚିଡ଼ିଚିଡ଼ି ହେଉଛି। କିଛି ଭଲ ଲାଗୁନି। ହରିବାବୁ ରାମବାବୁଙ୍କୁ ପଚାରିଲେ ଆପଣଙ୍କ ଖବର କ’ଣ? କେମିତି ଅଛନ୍ତି? ରାମବାବୁ କହିଲେ, ତୁମର ତ ସମସ୍ତେ ପାଖରେ ଥାଇ ତୁମକୁ ଭଲ ଲାଗୁନି। ଆମେ ତ ବୁଢ଼ାବୁଢ଼ୀ ଦୁଇଜଣ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ମା’ବାପାଙ୍କ କଥା ପଚାରେ କିଏ? ପେନ୍‌ସନ ପଇସାରେ କ’ଣ ଚଳି ହେଉଛି? ମଝିରେ ମଝିରେ ଫୋନ୍‌ କରି ଆମ ସମସ୍ୟା ଶୁଣିବା ପୂର୍ବରୁ ତାଙ୍କ ସମସ୍ୟା କହି ଚାଲୁଛନ୍ତି। ବୁଢ଼ୀ ବିଚାରୀ ସବୁ ଶୁଣି ମନ ଦୁଃଖ କରୁଛି। ମୁଁ ଦୁଇ ମଉସାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲି। ମୁଁ କହିଲି, ମଉସା ଏପରି ଲକ୍ଷଣ ପ୍ରାୟତଃ ପରିବେଶ ଓ ପରିସ୍ଥିତିରେ ପଡ଼ି ଲୋକମାନେ ଏମିତି ଅନୁଭବ କରନ୍ତି। ମଉସା ପଚାରିଲେ, କହିଲ ବୃଦ୍ଧାବସ୍ଥା କ’ଣ? କେଉଁସବୁ ମାନସିକ ସମସ୍ୟା ଦେଖାଯାଏ? ଏହାର ଚିକିତ୍ସା ଅଛି? ମଣିଷ ଯେତେବେଳେ ତା’ର ଜୀବନର ହାରାହାରି ବୟସକୁ ଅତିକ୍ରମ କରିଥାଏ ବା ଜୀବନଚକ୍ରର ଶେଷ ଅବସ୍ଥାରେ ପହଞ୍ଚତ୍ଥାଏ, ତାହା ହିଁ ବୃଦ୍ଧାବସ୍ଥା ।
ଅଟୋ ଭନ୍‌ ବିସ୍‌ମାର୍କ ପ୍ରଥମେ ସାମାଜିକ ସୁରକ୍ଷା ପାଇଁ ୬୦ବର୍ଷ ବୟସ୍କଙ୍କୁ ଅବସର ନେବାର ସମୟ ବୋଲି ଘୋଷଣା କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ୱ ବୟସ୍କ ଦିବସ ପାଳନ କରାଯାଉଛି। ସମାଜରେ ସେମାନଙ୍କ ଆବଶ୍ୟକତା ଉପରେ ସଚେତନତା ଅଣାଯିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନକୁ ଏହି ଦିବସରେ ସ୍ମରଣ ତଥା ସ୍ବୀକାର କରାଯାଇଥାଏ।
ମାନସିକ ସମସ୍ୟାରେ ମନ ଦୁଃଖ ରହେ, ନିଦ ଓ ଭୋକ ହୁଏ ନାହିଁ। ଶରୀର ବିଷୟରେ ଅତ୍ୟଧିକ ଚିନ୍ତା କରେ ଓ ଆତ୍ମହତ୍ୟାର ଭାବନା ମଧ୍ୟ ଆସିପାରେ। ସିଜୋଫ୍ରେନିଆରେ ଲୋକଟି ସନ୍ଦେହ କରେ ଯେ, ତା’ ବିରୋଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି ଓ ଶୂନ୍ୟବାଣୀ ହେବାପରି ଲାଗେ। ମାନସିକ ସମସ୍ୟା ଓ ପାରିବାରିକ ଚାପ ରୋଗଟିକୁ ବଢ଼ାଇଦିଏ। ଶେଷରେ ସବୁ ଜାଣିପାରନ୍ତି ନାହିଁ ଓ ଅନ୍ୟମାନଙ୍କୁ ମଧ୍ୟ ଚିହ୍ନିପାରନ୍ତି ନାହିଁ। ବୃଦ୍ଧାବସ୍ଥାରେ ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ। ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ। ପ୍ରତିଦିନ ଯଥେଷ୍ଟ ପରିମାଣରେ (୭ରୁ ୯ଘଣ୍ଟା) ଶୁଅନ୍ତୁ। ଯେଉଁ କାର୍ଯ୍ୟରେ ସୁଖ ଅନୁଭବ କରୁଛନ୍ତି, ସେଥିରେ ନିଜକୁ ନିୟୋଜିତ କରନ୍ତୁ। ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ। ନୂଆ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। ଉଦାହରଣସ୍ବରୂପ ଗୀତ, ବାଦ୍ୟଯନ୍ତ୍ର, କମ୍ପ୍ୟୁଟର ଇତ୍ୟାଦି। ନିଜକୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ।
-ଡା. ସମ୍ରାଟ କର,
ମୋ :୯୧୩୨୪୩୩୩୩୩

Share