Advertisement

କଳାଜାଇରୁ ଜାଣନ୍ତୁ ବ୍ୟକ୍ତିତ୍ୱ: ନାକରେ ଥିଲେ ଭାଗ୍ୟଶାଳୀ,କାନ ଉପରେ ଥିଲେ…

କଳାଜାଇ କେବଳ ଏକ ବ୍ୟୁଟି ସ୍ପଟ୍‌ ନୁହେଁ ଏଥିରୁ ବି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ଯେମିତିକି ଯଦି କାହାର ନାକରେ କଳାଜାଇ ଥାଏ, ସିଏ ଭାଗ୍ୟଶାଳୀ ହେବା ସହ ଜୀବନରେ ଖୁବ୍‌ ଉନ୍ନତି କରିଥାନ୍ତି। କଷ୍ଟ କରି ସଫଳତା ପାଇବାରେ ତାଙ୍କର ବିଶ୍ୱାସ ରହିଥାଏ। ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ ଅବା ମହିଳା, ଧନବାନ୍‌ ଓ ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି। କିନ୍ତୁ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଏହି ସ୍ଥାନରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁମାନଙ୍କର ଏମିତି ଥାଏ ସେମାନେ ନିଜ ବୁଦ୍ଧି ବଳରେ ଖୁବ୍‌ ଟଙ୍କା ଅର୍ଜନ କରିଥାନ୍ତି। ସେହିପରି ଖର୍ଚ୍ଚ ବି ଖୁବ୍‌ କରନ୍ତି। ମୁହଁର ବାମପଟେ କଳାଜାଇ ରହିବା ସେତେ ଶୁଭ ହୋଇ ନଥାଏ। ହେଲେ ମୁହଁର ଡାହାଣ ପଟେ କିମ୍ବା ମଝି ଭାଗରେ କଳାଜାଇ କାନ ଉପରେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ସେହିପରି ଯାହାଙ୍କର ଡାହାଣ ପଟ ପତା ଉପରେ କଳାଜାଇ ଥାଏ, ସେ ଧାର୍ମିକ ସ୍ବଭାବର ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel