Advertisement
Categories: ଖେଳ

୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ

ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। କୁହାଯାଏ ଧୋନୀଙ୍କ ଶୁଭ ନମ୍ବର ୭। ଏଣୁ ତାଙ୍କ ଜର୍ସିରେ ମଧ୍ୟ ଏହି ନମ୍ବର ଥିବା ଦେଖିବାକୁ ମିଳେ। ସେଭଳି ୭ଟି ବିରଳ ରେକର୍ଡ ବିଷୟରେ ଆସନ୍ତୁ ଜାଣିବା..

କ୍ୟାରିଅର ଆରମ୍ଭରୁ ଧୋନୀ ପ୍ରାରମ୍ଭରେ ବ୍ୟାଟିଂ କରିବାକୁ ଆସୁଥିଲେ ହେଁ ଅଧିନାୟକ ହେବା ପରେ ୭ ନମ୍ବର ସ୍ଥାନକୁ ବାଛିଥିଲେ। ପରେ ଏହି ସ୍ଥାନରେ ସେ ସର୍ବାଧିକ ଏକଦିବସୀୟ ଶତକ ଲଗାଇବାର ରେକର୍ଡ କରିଛନ୍ତି।

ଧୋନୀ ସବୁଠାରୁ ଲମ୍ବା ଛକ୍କା ମାରୁଥିଲେ। ନିଜ କ୍ୟାରିୟରରେ ସେ ୩୫୯ ଛକ୍କା ମାରିଛନ୍ତି। ସେଥିରୁ ୨୨୯ଟି ଏକଦିବସୀୟ ମ୍ୟାଚ୍‌ର ରହିଛି। ତେବେ ଏକଦିବସୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଛକ୍କା ମାରିଥିବା ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ସେ ଜଣେ। ବିଶେଷକରି ୨୦୧୧ ବିଶ୍ୱକପ୍‌ ଫାଇନାଲରେ ସେ ମାରିଥିବା ଛକ୍କା ପ୍ରଶଂସକମାନେ ଆଜିବି ମନେ ରଖିଛନ୍ତି। ଏପରିକି ତାଙ୍କ ଶଟ୍‌କୁ ହେଲିକାପ୍ଟର ଶଟ୍‌ ବୋଲି କୁହାଯାଏ।

ଜଣେ ବ୍ୟାଟ୍ସମ୍ୟାନ୍‌ ହିସାବରେ ସେ ଯେତିକି ଲୋକପ୍ରିୟ ସେତିକି ଓ୍ବିକେଟ୍‌ କିପର ଭାବେ ସେ ମନ ଜିଣିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୧୯୫ ଷ୍ଟମ୍ପିଂର ରେକର୍ଡ କରିଛନ୍ତି। ମୋଟ ରେକର୍ଡକୁ ଯଦି ଦେଖାଯାଏ ତେବେ ଧୋନୀ ୮୨୯ଟି କ୍ୟାଚ୍‌-ଷ୍ଟମ୍ପିଂ କରିଛନ୍ତି।

କ୍ଷିପ୍ର ବ୍ୟାଟିଂକୁ ନେଇ ମଧ୍ୟ ତାଙ୍କ ନାମରେ ରେକର୍ଡ ରହିଛି। ସେ ୯୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ ୧୬୧୭ରନ୍‌ କରିଛନ୍ତି। ହେଲେ ମାତ୍ର ୨ଟି ଅର୍ଦ୍ଧଶତକ ରହିଛି। ଅନେକ ଥର ନିଜ ବ୍ୟାଟିଂକୁ ନେଇ ସେ ସମାଲୋଚିତ ହୋଇଛନ୍ତି।

ଅନ୍ତର୍ଜାତୀୟ ଟି-୨୦ରେ ସବୁଠାରୁ ଅଧିକ ଥର ବିଜେତା ହେବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ୭୨ଟି ମ୍ୟାଚ୍‌ରେ ସେ ଅଧିନାୟକତ୍ୱ କରିଥିବା ବେଳେ ୪୧ଟି ଜିତିଛନ୍ତି। ଏପରିକି ସବୁଠାରୁ ଅଧିକ ଏକଦିବସୀୟ ମ୍ୟାଚ୍‌ରେ ମଧ୍ୟ ସେ ବିଜେତା ହୋଇଛନ୍ତି।

ଓ୍ବିକେଟ୍‌କିପର ହେବା ସତ୍ତ୍ୱେ ସେ ୯ଟି ମ୍ୟାଚ୍‌ରେ ବୋଲିଂ କରିଛନ୍ତି।