ବିବାହକୁ ନେଇ ପ୍ରାୟତଃ ସମସ୍ତଙ୍କ ମନରେ ଉତ୍ସାହ ଥାଏ । ମନର ମଣିଷ ବିଷୟରେ ଜାଣିବାକୁ ସମସ୍ତେ ଚେଷ୍ଟା କରନ୍ତି। ବର୍ତ୍ତମାନ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବୁଝିବା ପାଇଁ ଅନେକ ସମୟ ଦେଉଛନ୍ତି। ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ବୁଝିନେଲେ ବୈବାହିକ ଜୀବନ ସୁଖମୟ ହୋଇଯାଏ। ତେବେ ଜଣେ ଝିଅ ବିବାହ କରିବା ପୂର୍ବରୁ ଏସବୁ କଥା ଜାଣିବା ନିହାତି ଆବଶ୍ୟକ ।
-ବିବାହ ପୂର୍ବରୁ ଝିଅଟିଏ ତାଙ୍କ ଭାବି ସ୍ବାମୀଙ୍କ ସହ କଥା ହୋଇ ତାଙ୍କ ବିଷୟରେ ସବୁ କିଛି ଜାଣିବା ଆବଶ୍ୟକ। ଏପରି କଲେ ବିବାହ ପୂର୍ବର ଥିବା ଅନେକ ସମସ୍ୟା ଦୂର ହୋଇ ଥାଏ।
-ବିବାହ ପରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥାଏ। ମାତ୍ର ଏସବୁ ମଧ୍ୟକୁ ହାର ଜିତ୍ ଆଣିଲେ ସମ୍ପର୍କରେ ତିକ୍ତତା ବେଶୀ ବଢ଼ିଯାଏ। ତେଣୁ ସମ୍ପର୍କ ମଧ୍ୟକୁ ହାର ଜିତ୍କୁ ପ୍ରବେଶ ନ କରାଇବା ଭଲ।
-ବିବାହ ପରେ ଦୁହେଁ ଦୁହିଁଙ୍କୁ ସମୟ ନ ଦେବାରୁ ଅନେକ ସମୟରେ ବିବାହରେ ଫାଟ
ସୃଷ୍ଟି ହୋଇ ଥାଏ। ତେଣୁ ଦୁହେଁ ଦୁହିଁଙ୍କୁ ସମୟ ଦେବା ନିତ୍ୟାନ୍ତ ଆବଶ୍ୟକ। ଡେଟ୍ରେ ଯିବା ଫଳରେ ଅନେକ ସମୟରେ ମନ ଭିତରେଥିବା ରାଗ କମ୍ ହୋଇଯାଏ।
-ସମ୍ପର୍କ ଯାହା ବି ହେଉ ଜଣେ ଅନ୍ୟ ଜଣଙ୍କୁ ତା ହିସାବରେ ଛାଡିବା ଆବଶ୍ୟକ । ଦୁହିଁଙ୍କ ସାଙ୍ଗସାଥୀ ରହିଛନ୍ତି। ତେଣୁ ଜଣଙ୍କୁ ଅନ୍ୟ ଜଣଙ୍କ ଜୀବନରେ ହସ୍ତକ୍ଷେପ ନ କରିବା ଉଚିିତ ।