ନୂଆଦିଲ୍ଲୀ,୧୪।୪: ସେ କ୍ରିକେଟ ହେଉ ଅବା ବ୍ୟକ୍ତିଗତ ଜୀବନ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ଭାରତ ଏବଂ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି। ଆଇପିଏଲ୍ରେ ଆର୍ସିବି ଟାଇଟଲ ଜିତିବାରେ ବିଫଳ ହୋଇଥିଲେ ହେଁ ପ୍ରଶଂସକ ତାଙ୍କୁ ଭରପୂର ସମର୍ଥନ କରିଆସିଛନ୍ତି। ସେହିଭଳି ବ୍ୟକ୍ତିଗତ ଜୀବନ ଦେଖିଲେ ସୁଖୀ ଦାମ୍ପତ୍ୟ ବିତାଉଛନ୍ତି ସେ। ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ତାଙ୍କର ଜୀବନସାଥୀ ହୋଇଛନ୍ତି। ତେବେ ଅନୁଷ୍କାଙ୍କ ପୂର୍ବରୁ ବିରାଟଙ୍କ ନାମ ଅନେକ ଯୁବତୀଙ୍କ ସହ ଯୋଡ଼ି ହୋଇଛି। ସେଥିରୁ ଜଣେ ଏବେ ଚର୍ଚ୍ଚାରେ।
ଆମେ କହୁଛୁ ବିରାଟଙ୍କ ପୂର୍ବ ପ୍ରେମିକା ବ୍ରାଜିଲ ଅଭିନେତ୍ରୀ ତଥା ମଡେଲ ଇଜାବେଲ ଲିଟେଙ୍କ କଥା। ଆଜିକାଲି ତାଙ୍କ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଉଭୟ ୨୦୧୨-୧୪ ଯାଏ ପରସ୍ପରକୁ ଡେଟ୍ କରିଥିଲେ। ଇଜାବେଲ ବଲିଉଡ୍ରେ ମଧ୍ୟ କାମ କରିଛନ୍ତି। ସୁପରଷ୍ଟାର ଆମିର ଖାନ୍ଙ୍କ ଫିଲ୍ମ ‘ତଲାସ’ରେ ସେ ଡେବ୍ୟୁ କରିଥିଲେ।
କୋହଲିଙ୍କ ସହ ସମ୍ପର୍କକୁ ନେଇ ଇଜାବେଲ ଏକ ସାକ୍ଷାତକାରରେ ସ୍ବିକାର କରିଥିଲେ। ବର୍ଷେ ଯାଏ ପରସ୍ପରକୁ ଡେଟ୍ କରିବା ପରେ ସହମତିରେ ସେମାନେ ଅଲଗା ହୋଇଥିଲେ ବୋଲି ସେ କହିଥିଲେ। ନିକଟରେ ସେ ମା’ ହେବାକୁ ଯାଉଥିବାର ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି।