ଶାହାରୁଖଙ୍କଠାରୁ ଏହି ଜିନିଷ ଚୋରି କରିବାକୁ ଚାହୁଁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶାହାରୁଖ ଖାନ୍‌ ଏବଂ ଅନୁଷ୍କା ଶର୍ମା କିଛି ଫିଲ୍ମରେ ଏକାଠି କାମ କରିଛନ୍ତି। ତାଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଥାଏ। ଦୁଇଜଣ ‘ରବ୍‌ନେ ବନା ଦି ଯୋଡ଼ି’, ‘ଜବ୍‌ ତକ୍‌ ହୈ ଜାନ୍‌’, ଜବ ହ୍ୟାରି ମେଟ୍‌ ସେଜଲ ଏବଂ ‘ଜିରୋ’ ଫିଲ୍ମରେ ଅଭିନୟ କରିଛନ୍ତି। ଅନୁଷ୍କା ସବୁବେଳେ ଗୋଟିଏ କଥା କହିଥାନ୍ତି କି ସେ ଶାହାରୁଖଙ୍କୁ ବହୁତ ମାନନ୍ତି।

୨୦୧୬ରେ ଅନୁଷ୍କା ଏବଂ ଶାହାରୁଖ ‘ୟାରୋ କି ବାରାତ’ ଶୋ’ରେ ନଜର ଆସିଥିଲେ। ଯେତେବେଳେ ହୋଷ୍ଟ ସାଜିଦ୍‌ ଖାନ୍‌ ତାଙ୍କୁ ପଚାରିଲେ କିଙ୍ଗ୍‌ଖାନଙ୍କଠାରୁ କ’ଣ ଚୋରି କରିବାକୁ ଚାହିଁବେ। ଅନୁଷ୍କା ସଙ୍ଗେ ସଙ୍ଗେ କହିଥିଲେ ବହୁତ କିଛି ଚୋରି କରିବାକୁ ଚାହୁଁଛି।

ସେ ସଙ୍ଗେ ସଙ୍ଗେ ଏକ ତାଲିକା କହିଥିଲେ। ଏଥିରେ ଶାହାରୁଖଙ୍କ ଘଡ଼ି, ତାଙ୍କ ଘର ମନ୍ନତ ଇତ୍ୟାଦି। ଏହା କହି ଖୁବ୍‌ ଜୋର୍‌ରେ ହସିଥିଲେ ଅନୁଷ୍କା। କହିଲେ ଏହା ସତ ନୁହେଁ, ମୁଁ ମଜାରେ ଚୋରି କରିବାକୁ କହୁଥିଲି।

ଅନୁଷ୍କା କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏବେ ଏକ କନ୍ୟା ସନ୍ତାନ ହୋଇଛି। ଯଦି ତାଙ୍କ ଫିଲ୍ମ କଥା କହିବା ତେବେ ସେ ଶେଷଥର ପାଇଁ ଶାହାରୁଖଙ୍କ ସହ ‘ଜିରୋ’ରେ ନଜର ଆସିଥିଲେ। ଦୀର୍ଘ ୨ ବର୍ଷ ହେବ ଅନୁଷ୍କାଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। ଶାହାରୁଖ ମଧ୍ୟ ତାଙ୍କ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି।

Share