Categories: ଫୁରସତ

ଜାଣନ୍ତି କି ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ ଆଉ ଏହାର ଦାମ୍‌ କେତେ…

ବିମାନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଲୋକମାନେ ଆନନ୍ଦରେ ବିମାନରେ ବସି ଝରକା ପଟେ ବାହାରକୁ ଚାହିଁ ସେମାନଙ୍କ ଉପଭୋଗ କରନ୍ତି। ମାତ୍ର ଅନେକ ଲୋକ ବିମାନ ସମ୍ବନ୍ଧୀୟ ଅନେକ କଥା ଜାଣି ନ ଥାନ୍ତି। ଉଦାହରଣ ସ୍ବରୂପ ବିମାନରେ ପଡୁଥିବା ଇନ୍ଧନ। ବିମାନ ପେଟ୍ରୋଲ, ଡିଜେଲ କିମ୍ବା ଅନ୍ୟ କୌଣସି ଇନ୍ଧନରେ ଉଡୁଛି କି ନାହିଁ କେତେ ଟଙ୍କା ଖର୍ଚ୍ଚ ହୁଏ ଇତ୍ୟାଦି। ତେବେ ଆଜି ଆମେ ଏସବୁ ଦ୍ୱନ୍ଦ୍ୱ ଦୂର କରିବୁ। ଜାଣନ୍ତୁ ସେ ସମ୍ପର୍କରେ…

ଲୋକମାନେ ସୋସିଆଲ ମିଡିଆ ସାଇଟ କୋରା ଉପରେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ସାଧାରଣ ଲୋକମାନେ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି। ନିକଟରେ କେହି ଜଣେ କୋରା ଉପରେ ପଚାରିଥିଲେ, ଲିଟର ପିଛା ବିମାନ ତେଲର ମୂଲ୍ୟ କେତେ? (ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ) ଯଦି ଆପଣ ଏକ ବିମାନରେ ବସିଥିବେ, ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ବିଷୟରେ ଚିନ୍ତା କରିଥିବେ। ଲୋକମାନେ ଏହା ଉପରେ କିପରି ପ୍ରତିକ୍ରିୟା ପ୍ରକାଶ କଲେ ଜାଣନ୍ତୁ ଏ ସମ୍ପର୍କରେ।

ପ୍ରଦୀପ ଯାଦବ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଜେଟ୍‌ ଇନ୍ଧନ (ଜେଟ୍‌ ଏ -୧ ପ୍ରକାରର ବିମାନ ଇନ୍ଧନ, ଯାହା ଜେପି-୧ଏ ଭାବରେ ମଧ୍ୟ ଜଣାଶୁଣା) ବେସାମରିକ ବିମାନ ଚଳାଚଳରେ ଟର୍ବାଇନ ଇଞ୍ଜିନ (ଜେଟ୍‌ ଇଞ୍ଜିନ, ଟର୍ବୋପ୍ରୋପ)ରେ ବ୍ୟବହୃତ ହୁଏ ଏବଂ ଏହି ଇନ୍ଧନ ଲିଟରରେ ଉପଲବ୍ଧ ନୁହେଁ। କିନ୍ତୁ ‘କିଲୋଲିଟର’ରେ। କିଛି ଲୋକ ବିଭିନ୍ନ ପ୍ରକାରର ଉତ୍ତର ଦେଇଛନ୍ତି ଯାହା ସଠିକ ମନେ ହେଉନାହିଁ।

ସର୍ବପ୍ରଥମେ ଆପଣ ଜାଣିବା ଉଚିତ୍‌ ଯେ, ଦୁଇ ପ୍ରକାରର ବିମାନ ଇନ୍ଧନ ଅଛି। ପ୍ରଥମଟି ହେଉଛି ଏଭିଜିଏଏସ୍‌ । ଯାହା ଛୋଟ ବିମାନରେ ବ୍ୟବହୃତ ହୁଏ। ଦ୍ୱିତୀୟଟି ହେଉଛି ଜେଟ୍‌ ଇନ୍ଧନ କିମ୍ବା କିରୋସିନ। ଜେଟ୍‌ ଏ-୧ ଏବଂ ଜେଟ୍‌-ଏ ନାମକ ଦୁଇଟି ଜେଟ୍‌ ଇନ୍ଧନ ଅଛି। ଜେଟ୍‌ ଇନ୍ଧନର ଅନେକ ଉପ ପ୍ରକାର ଅଛି। ଜେଟ୍‌ ଏ-୧ ବ୍ୟତୀତ, ଜେଟ୍‌- ବି ମଧ୍ୟ ଏକ ପ୍ରକାର। ଏହି ଇନ୍ଧନଗୁଡ଼ିକ ପେଟ୍ରୋଲ କିମ୍ବା ଡିଜେଲ ପରି ଲିଟରରେ ବିକ୍ରି ହୁଏ ନାହିଁ, ବରଂ କିଲୋଲିଟରରେ ବିକ୍ରି ହୁଏ। ବିମାନ ଟର୍ବାଇନ ଇନ୍ଧନର ମୂଲ୍ୟ କିଲୋଲିଟର ପିଛା ୧.୧୨ ଲକ୍ଷ ଟଙ୍କା। ବିଭିନ୍ନ ସହରରେ ଏହାର ମୂଲ୍ୟ ଭିନ୍ନ ଅଟେ। ଦିଲ୍ଲୀରେ ଏହା ୧,୧୨,୩୫୬ ଟଙ୍କାରେ ଉପଲବ୍ଧ ଥିବାବେଳେ ମୁମ୍ବାଇରେ ଏହା କିଲୋମିଟର ପିଛା ୧,୧୧,୪୬ ଟଙ୍କାରେ ବିକ୍ରି ହେଉଛି।

Share