Posted inଜାତୀୟ

ଓମ ବିର୍ଲା ବାଚସ୍ପତି ହେବା ପରେ ଜାଣନ୍ତୁ କ’ଣ କହିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୬: ପୁଣି ଲୋକ ସଭା ବାଚସ୍ପତି ହେଲେ ଓମ ବିର୍ଲା। ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ୧୮ ତମ ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଏହି ସମୟରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଲୋକ ସଭା ବାଚସ୍ପତି ଭାବରେ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛିି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ ସ୍ବରକୁ ମଧ୍ୟ ଉଠାଇବାକୁ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ଏସପି ସଭାପତି ଅଖିଳେଶ ଯାଦବ ମଧ୍ୟ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ସମୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି, କିନ୍ତୁ ଆମେ ଆଶା କରୁଛୁ ଶାସକ ଦଳର ଏମ୍‌ପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଅଦଳବଦଳ, ଉଦୟନିଧିଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ଚେନ୍ନାଇ,୨୯।୯: ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ...

ବଡ଼ ଘୋଷଣା: ମିଳିବ ମାଗଣା…

ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ...

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର...

ଆଣ୍ଟିବାୟୋଟିକ୍‌ ନେଇଥିବା ୧୬ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନିମୁଚ୍‌,୨୮ା୯: ମଧ୍ୟପ୍ରଦେଶର ନିମୁଚ୍‌ ଜିଲା ହସ୍ପିଟାଲ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଅନୂ୍ୟନ ୧୬ ଜଣ ପିଲାଙ୍କୁ ଶୁକ୍ରବାର ରାତିରେ ଆଣ୍ଟିବାୟୋଟିକ୍‌ ସେଫ୍‌ଟ୍ରିଆକ୍ସନ ଇଞ୍ଜେକ୍‌ଶନ ଦିଆଯାଇଥିଲା।...

ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ହୋସୁର,୨୮ା୯: ତାମିଲନାଡୁର କ୍ରିଷ୍ଣାଗିରି ଜିଲାରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃର ଇଲେକ୍ଟ୍ରୋନିକ ଉପକରଣ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। କାରଖାନା ପରିସରରେ ଥିବା ରାସାୟନିକ...

ବାଣ କାରଖାନାରେ ଶ୍ରମିକମାନେ କରୁଥିଲେ କାମ: ଘଟିଲା ଭୟଙ୍କର ବିସ୍ଫୋରଣ

ଚଣ୍ଡିଗଡ଼,୨୮ା୯: ହରିୟାଣାର ସୋନିପତ୍‌ ଜିଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୨ ମହିଳା ଓ ଜଣେ ପିଲାଙ୍କ ମୃତ୍ୟୁ ଘଟିବା...

ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!

ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri