ହିତାଧିକାରୀଙ୍କୁ ମାସିକ ଭତ୍ତା ୩ହଜାର ଟଙ୍କା ମିଳିବ ନା ନାହିଁ, ଜାଣନ୍ତୁ ….

ଭୁବନେଶ୍ୱର,୧୨।୭: ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡିଛି। ନିର୍ବାଚନ ପୂର୍ବରୁ ଭାଜପା ଇସ୍ତାହାରରେ ମାସିକ ଭତ୍ତା ୩୦୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଯାହା ଉପରେ ଏବେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

ଅପରାହ୍ନ ୩ଟାରେ ରାଜ୍ୟ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ମଧୁବାବୁ ପେନସନ ଯୋଜନାକୁ ଜାରି ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଇଏଫସି( ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ କୋଭିଡରେ ଅନାଥ ଶିଶୁଙ୍କୁ ମାସିକ ଭତ୍ତା ଯୋଗାଇ ଦିଆଯାଉଛି । ଭାଜପା ମାସିକ ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି ଖୁବଶୀଘ୍ର କରାଯିବ ବୋଲି ସବୁଜ ସଙ୍କେତ ଦେଇଥିବାରୁ ଏ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି। ଆଜି ବୈଠକରେ ଏହାକୁ ନେଇ ବଡ଼ ଘୋଷଣା କରାଯାଇପାରେ।

 

Share